fbpx
BSKY
BJD YOUTH SKY
BJD MS SKY

ପ୍ରେମିକା ଘରକୁ ଯାଇଥିଲେ ଯୁବକ: କିନ୍ତୁ ‘ସେକ୍ସ ମାରାଥନ୍’ ସମୟରେ ଚାଲିଗଲା ଜୀବନ!

ନୂଆଦିଲ୍ଲୀ: ଏକ ଘଣ୍ଟା ‘ସେକ୍ସ ମାରାଥନ୍’ ସମୟରେ ୪୭ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଯୁବକ ଜଣଙ୍କୁ ତାଙ୍କ ପ୍ରେମିକା ଘରକୁ ଡାକିଥିଲେ । ଡିନର ପରେ ସେ ନିଜ ପ୍ରେମିକାଙ୍କ ସହ କିଛି ରୋମାଣ୍ଟିକ୍ ସମୟ ଅତିବାହିତ କରୁଥିଲେ ।

ପୋଲିସର ରିପୋର୍ଟ ଅନୁସାରେ, ସେକ୍ସ ସମୟରେ ଯୁବକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହା ପରେ ସେ ବେହୋସ୍ ହୋଇଥିଲେ । ଯୁବକଙ୍କ ନାଁ ଡଗଲସ ଫଣ୍ଡି ମୁଥୁରୀ ବୋଲି କୁହାଯାଉଛି ।

ଏହି ମାମଲା କେନ୍ୟାର ରାଜଧାନୀ ନୈରୋବୀରେ ଘଟିଥିବା ସୂଚନା ମିଳିଛି । ଯୁବକ ଜଣକ ବେହୋସ୍ ହେବା ଖବର ଶୁଣିବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ସେତେବେଳେକୁ ଡଗଲସଙ୍କୁ ମୃତ୍ୟୁ ହୋଇସାରିଥିଲା । ମୃତ୍ୟୁ ପରେ ଡଗଲସଙ୍କ ପକେଟରେ ହାଇ ବ୍ଲଡ ପ୍ରେସର ଔଷଧ ଓ ଭିଗରା ମିଳିଥିଲା ।

ପୋଲିସ ଫାଇଲ ରିପୋର୍ଟରେ କୁହାଯାଇଛି ଯେ, ଡଗଲସଙ୍କୁ ପ୍ରେମିକା ନିକେରା ନିଜ ଘରକୁ ଡାକିଥିଲେ । ପୂର୍ବରୁ ଦୁହିଁଙ୍କ ନିର୍ବନ୍ଧ ସରିଥିଲା । ଡିନର ପରେ ଦମ୍ପତ୍ତି ଯେତେବେଳେ ରୋମାଣ୍ଟିକ୍ ସମୟ ଅତିବାହିତ କରୁଥିଲେ, ସେବେ ଡଗଲସଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା ଓ ସେ ବେହୋସ୍ ହୋଇଥିଲେ । ଘଟଣା ପରେ ଏମରଜେନ୍ସି ସର୍ଭିସର ଟିମ୍ ପହଞ୍ଚିଲା ବେଳକୁ ଡଗଲସଙ୍କର ମୃତ୍ୟୁ ହୋଇସାରିଥିଲା । ଏହା ପରେ ତାଙ୍କ ପକେଟ୍ ଚେକ୍ କରିବାରୁ ଏକ ଲଫାଫା ମିଳିଥିଲା, ଯେଉଁଥିରେ ୨ଟି ମେଡିସିନ୍ ଥିଲା ।

ପୋଲିସର କହିବା ଅନୁସାରେ, ଡଗଲସଙ୍କ ଶରୀରରେ କୌଣସି କ୍ଷତ ବା ଆଘାତର ଚିହ୍ନ ନାହିଁ । ତାଙ୍କ ମୃତ୍ୟୁର କାରଣ ମଧ୍ୟ ଏପର୍ଯ୍ୟନ୍ତ ଯାଏଁ ଜଣାପଡିନାହିଁ । ଏବେ ଡଗଲସଙ୍କ ପୋଷ୍ଟମର୍ଟମ କରାଯିବ, ଯାହାପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Get real time updates directly on you device, subscribe now.