fbpx

ବାଇଗଣ କିଆରିରେ ଗାଈପଶିବାରୁ ମାରପିଟ୍‌, ଗାଈ ମାଲିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅନ୍ତର୍ଗତ ପୂବାଗଡ଼ରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ବିଲରେ ପଶି ଗାଈ ବାଇଗଣ ଖାଇଯିବାରୁ ପାଟିତୁଣ୍ଡ ପରେ ମାର୍‌ ପିଟ୍‌ରେ ପରିଣତ ହୋଇ ଜଣଙ୍କ ମୁଣ୍ଡ ଫାଟି ବାଲିପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାର ସୂଚନା ମିଳିଛି ।

ସୂଚନା ଅନୁଯାୟୀ ପୂବାଗଡର କୁନା ରାଉତ ତାଙ୍କ ବାଡିରେ କଲରା ଏବଂ ବାଇଗଣ ଚାଷ କରିଛନ୍ତି । ତିନିଦିନ ତଳେ ଉକ୍ତ ବାଡିକୁ ଶ୍ରୀଧର ବେହେରା ପିତା ବଂଶିଧର ବେହେରାଙ୍କ ଗାଈ ପଶି ପରିବା ଖାଇ ଦେବାରୁ ପାଟିତୁଣ୍ଡ ଲାଗିଥିଲା । କିନ୍ତୁ ପୁଣି ଶ୍ରୀଧରଙ୍କ ଗାଈ ପଶି ବାଡିରୁ ବାଇଗଣ ଖାଇବାକୁ ନେଇ କୁନା ରାଉତ ଶ୍ରୀଧରଙ୍କୁ ବିରୋଧ କରିଥିଲେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଏକ ପଥର ଖଣ୍ଡ କୁନା ଉପରକୁ ଫୋପାଡିଥିଲେ । ଏହା ଦେଖି କୁନାଙ୍କ ପୁତ୍ର ମୁନୁ ରାଉତ ଏକ ବାଉଁଶ ଫାଳିଆରେ ଶ୍ରୀଧରଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ଫଳରେ ଶ୍ରୀଧରଙ୍କ ମୁଣ୍ଡ ଫାଟି ଯାଇଥିଲା ତାଙ୍କୁ ତୁରନ୍ତ ବାଲିପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ଖବରଲେଖା ବେଳକୁ ଥାନାରେ ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.