fbpx

ଟିକା ନନେଲେ କାଫେ-ରେଷ୍ଟୁରାଣ୍ଟକୁ ପ୍ରବେଶ ନିଷେଧ, ଓମିକ୍ରନ ଭାରିଆଣ୍ଟ୍ ସହିତ ଲଢ଼ିବା ପାଇଁ ସରକାରଙ୍କ ନୂଆ ରଣନୀତି

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ତାଣ୍ଡବ ରଚିବାରେ ଲାଗିଛି । ସଂକ୍ରମଣର ବେଗ ଦିନକୁ ଦିନ ବୃଦ୍ଧି ପାଉଛି । ଖାସ୍ କରି ୟୁକେ, ଆମେରିକା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍ ଆଦି ଦେଶରେ ଘରେ ଘରେ ଓମିକ୍ରନ ସଂକ୍ରମିତ ରହିଛନ୍ତି । ଏପରି ପରିସ୍ଥିତିରେ ଉକ୍ତ ଦେଶ ମାନଙ୍କରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି । ତେବେ ଏହା ଭିତରେ ଫ୍ରାନ୍ସ ସରକାର ଓମିକ୍ରନ ସହିତ ଲଢ଼ିବା ପାଇଁ ନୂଆ ରଣନୀତି ଆପଣାଇଛନ୍ତି । ଏହି ପରିପ୍ରେକ୍ଷ୍ରୀରେ ଫ୍ରାନ୍ସ ସରକାର ଘୋଷଣା କରିଛନ୍ତି ଯେ, ଯେଉଁ ମାନେ କୋଭିଡ୍-୧୯ ଟିକା ନେଇନାହାନ୍ତି ସେମାନଙ୍କୁ ରେଷ୍ଟୁରାଣ୍ଟ, କାଫେ, ଖେଳ ଷ୍ଟାଡିୟମ୍ ଓ ଅନ୍ୟ ସାର୍ବଜନୀକ ସ୍ଥାନୁକ ପ୍ରବେଶ ନିଷେଧ ।

ଓମିକ୍ରନ ତଥା କୋଭିଡ୍ ମାମଲାକୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ସେଠାକାର ସରକାର । ଦୈନିକ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ହସ୍ପିଟାଲ ଗୁଡ଼ିକ ଉପରେ ଚାପ ବଢ଼ିବାରେ ଲାଗିଛି । ବେଡ୍ ସଂଖ୍ୟା କମୁଛି ଫଳରେ ରୋଗୀ ମାନେ ଠିକ୍ ଭାବରେ ଚିକିତ୍ସା ହୋଇପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଟିକା ନେବା ନିହାତି ଆବଶ୍ୟକ ଯାହାଫଳରେ ଇମ୍ୟୁନିଟି ବଢ଼ିବ ଏବଂ ଭାରିଆଣ୍ଟ ସହିତ ଲଢ଼ିବା ପାଇଁ ଆଣ୍ଟିବଡି ସୃଷ୍ଟି ହେବ । ତେଣୁ ଲୋକମାନେ ଯେପରି ଅଧିକରୁ ଅଧିକ ଟିକା ନେବେ ତା ଉପରେ ଗୁରୁତ୍ୱ ଦିଆଯାଉଛି ।

 

Get real time updates directly on you device, subscribe now.