fbpx

ନିର୍ଜନ ଜାଗାରେ ଅଙ୍ଗନୱାଡି କର୍ମୀ ଗ୍ରହଣ କରୁଛନ୍ତି ପେଟି ପେଟି ଜିନିଷ, ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସାଧାରଣରେ ଚର୍ଚ୍ଚା

ଚିକିଟି, (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ବ୍ଲକର ଅଜବ ନୀତି ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ପ୍ରକାରେ ସୋମବାର ସାନ୍ଧ୍ୟ ସମୟରେ ଚିକିଟି ପେଙଋର ଋଷିଦଲି ପାହାଡ଼ ନିକଟରେ ଏକ ନିଛାଟିଆ ଜାଗାରେ କିଛି ଅଙ୍ଗନୱାଡି କର୍ମୀ ଠିଆ ହୋଇଥିଲେ । ପରେ ପରେ କିଛି ଜିନିଷ ବୋଝେଇ ପିକଅପ୍‌ରେ ପେଟି ପେଟି ଜିନିଷ ଅନଲୋଡ଼ କରାଯାଇଥିଲା । ପରେ ଅନ୍ୟ ଗାଡ଼ିରେ ଲୋଡ଼ ହେଉ ଥିବା ନେଇ ପଚାରିବାରୁ କର୍ମୀଜଣକ ପିଲାଙ୍କ ସକାଶେ ବୁଟ, ସକସ ଥିବା କହିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ କ’ଣ ପାଇଁ ପିଲାଙ୍କ ନିମନ୍ତେ ଆସିଥିବା ଜିନିଷ ଏକ ଅଜାଗାରେ ରଖାଯାଇ ଟ୍ରାନ୍ସପୋର୍ଟ ହେବାରେ ଲାଗିଥିଲା । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ନିର୍ବାଚନ ଆୟୋଗ ଆଚରଣ ବିଧି ଲାଗୁ କରିଥିବା ବେଳେ ଏହି କର୍ମୀମାନଙ୍କ ବ୍ୟବହାର କରାଯାଇ ଭୋଟ ସକାଶେ ଫୁଲ ପୁଷ୍ପ ପଠାଯାଉଥିବା କଥା କି ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିଛି । ଚିକିଟି ବ୍ଲକରେ ମାଳମାଳ କୋଠା ଥାଇ ମଧ୍ୟ ଏପରି ପାହାଡ଼ ନିକଟରେ କିପରି ଅଙ୍ଗନୱାଡି କର୍ମୀ ସାମାନ ଗ୍ରହଣ କରିବାଟା ତଦନ୍ତ ସାପେକ୍ଷ ବୋଲି ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.