fbpx

ଆଜିଠୁ ହାଇକୋର୍ଟରେ ହେବ ଶୁଣାଣି, ଦୁଇ ଜଣିଆ ଖଣ୍ଡପୀଠ ଓ ଜଣିକିଆ ଖଣ୍ଡପୀଠରେ କେବଳ ଅତି ଜରୁରୀ ମାମଲାର ହେବ ଶୁଣାଣି

କଟକ (ଭାସ୍କର ନ୍ୟୁଜ୍‌):  ଆଜିଠୁ ଓଡ଼ିଶା ହାଇକୋର୍ଟ ପୁଣି ଥରେ କାର୍ଯ୍ୟକ୍ଷମ ହେବ । ହାଇକୋର୍ଟ କର୍ମଚାରୀ ସମେତ ହାଇକୋର୍ଟର ଅନ୍ୟାନ୍ୟ ଜୁଡିସିଆଲ୍‌ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହେବା କାରଣରୁ ଗତ ୧୩ ତାରିଖରୁ ୧୭ ତାରିଖଯାଏ ହାଇକୋର୍ଟ ସମେତ ଏହାର କାର୍ଯ୍ୟାଳୟକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଇତି ମଧ୍ୟରେ ହାଇକୋର୍ଟ ଓ କାର୍ଯ୍ୟାଳୟ ସାନିଟାଇଜେସନ୍‌ କରାଯାଇଛି । ତେବେ ଜାନୁୟାରୀ ୧୮ ତାରିଖରୁ ଫେବୃୟାରୀ ୪ ତାରିଖ ମଧ୍ୟରେ କେବଳ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଓ ଜଣିକିଆ ଖଣ୍ଡପୀଠରେ କେବଳ ଅତି ଜରୁରୀ ମାମଲାର ଶୁଣାଣି ହେବ । ତେବେ ସଟ୍‌ଡାଉନ୍‌ ଅବଧି ମଧ୍ୟରେ ତାଲିକାଭୁକ୍ତ ମାମଲା ଗୁଡିକ ଫେବୃୟାରୀ ୭ ତାରିଖରୁ ଶୁଣାଣି ହେବ ।

ଅନ୍ୟପକ୍ଷରେ ମଙ୍ଗଳବାରଠାରୁ କଟକର ୩ଟି କୋର୍ଟ କାର୍ଯ୍ୟକ୍ଷମ ହେବ । କଟକ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତ ସମେତ ସିଭିଲ୍‌ କୋର୍ଟ ଓ ଏସ୍‌ଡିଜେଏମ୍‌କୁ କୋର୍ଟକୁ ଜାନୁୟାରୀ ୧୪ ତାରିଖରୁ ୧୭ ତାରିଖଯାଏ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଥିଲା । ଏହି ସବୁ ଅଞ୍ଚଳରେ ବହୁ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେବା ପରେ ଉପରୋକ୍ତ ଅଂଚଳରୁ କଟକ ମହାନଗର ନିଗମ ପକ୍ଷରୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା । ୧୮ ତାରିଖରୁ ଏହି ସବୁ କୋର୍ଟ ପୁଣି ଥରେ କାର୍ଯ୍ୟକ୍ଷମ ହେଉଛି ।

Get real time updates directly on you device, subscribe now.