fbpx

ଅଜବ ଘଟଣା! ପୋଲିସ ଡଗକୁ ୧୨ ଥର କାମୁଡ଼ିଲେ ଯୁବକ, କୁକୁର ଏବେ ହସ୍ପିଟାଲରେ, ଅଭିଯୁକ୍ତ ଜେଲରେ

ନୂଆଦିଲ୍ଲୀ: ନିକଟରେ ଦେଶର ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ଆକ୍ରମଣରେ କିଛି ଛୋଟ ଶିଶୁଙ୍କର ମୃତ୍ୟୁ ଘଟିଥିବା ଦେଖାଯାଇଛି । ସାଧାରଣ ଭାବେ କୁକୁର ମଣିଷକୁ କାମୁଡ଼ିଥାଏ । ମାତ୍ର ମଣିଷ କୁକୁରକୁ କାମୁଡ଼ିବାର କଥା କେବେ ଆପଣମାନେ ଶୁଣିଛନ୍ତି କି? ନିକଟରେ ଓଡ଼ିଶାର ଆଠଗଡ଼ରେ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କର କିଛି ହୋଇନଥିଲା ମାତ୍ର ସାପଟି ମୃତ୍ୟୁବରଣ କରିଥିଲା ।

ଖବର ମୁତାବକ, ନିକଟରେ ଅନୁରୂପ ଏକ ଘଟଣା ଦେଖିବାକୁ ମିଳିଛି । ଗୋଟିଏ କୁକୁର ଜଣେ ବ୍ୟକ୍ତିଙ୍କୁ କାମୁଡ଼ିବା ପରେ କୁକୁରଟି ଏବେ ମେଡିକାଲରେ ଚିକିତ୍ସିତ ହେଉଛି । ଆମେରିକାର ଡେଲାବେୟର ଘଟିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ପୋଲିସ ଡଗକୁ ଜଣେ ନିଶାଗ୍ରସ୍ତ ବ୍ୟକ୍ତି ଆକ୍ରମଣ କରିବା ସହିତ କାମୁଡ଼ି ଦେଇଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ କୁକୁରଙ୍କୁ ଥରେ କି ଦୁଇ ଥର ନୁହେଁ, ୧୨ ଥର ଦାନ୍ତରେ କାମୁଡ଼ିଥିବା ଜଣାପଡ଼ିଛି । ଏ ଘଟଣା ଦେଖି ପୋଲିସ ବି ହତବାକ ହୋଇଯାଇଥିଲା ।

ଗତ ୮ ତାରିଖରେ ୪୭ ବର୍ଷୀୟ ଜମାଲ ୱିଙ୍ଗ ଏଭଳି କାରନାମା କରିଥିଲେ । ପୋଲିସ ଜମାଲଙ୍କୁ ଧରିବାକୁ ପିଛା କରୁଥିବା ସମୟରେ ନିଜର ଟ୍ରେଣ୍ଡ ଡଗ୍ (କେ୯)କୁ କାମରେ ଲଗାଇଥିଲା । ମାତ୍ର ଜମାଲ କେ୯କୁ ମଧ୍ୟ ଛାଡ଼ିନଥିଲେ । ଜମାଲ କେ୯କୁ ନିଜ ଦାନ୍ତରେ କାମୁଡ଼ିବା ଫଳରେ କୁକୁରଟି ଆହତ ହୋଇପଡ଼ିଥିଲା । ଏହାପରେ ପୋଲିସ ଅଧିକାରୀମାନେ କେ୯କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ । ପୋଲିସ ଗିରଫଦାରୀରୁ ବର୍ତ୍ତିବାକୁ ଯାଇ ଜମାଲ ନିଶାବସ୍ଥାରେ ପୋଲିସ ଡଗକୁ କାମୁଡ଼ି ଦେଇଥିଲେ । ତେବେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଓ ଡଗ ଉପରକୁ ଆକ୍ରମଣ, ଖରାପ ବ୍ୟବହାର, ବିନା ଲାଇସେନ୍ସ, ଦ୍ରୁତ ଗତିରେ ଗାଡ଼ିଚାଳନା ନେଇ ଜମାଲଙ୍କ ବିରୋଧରେ ମାମଲା ଦାୟର କରାଯିବା ସହିତ ଗିରଫ କରାଯାଇଛି ।

Get real time updates directly on you device, subscribe now.