fbpx
BJD
BJD SKY
BJD SKY

‘ମୋ ମାଆ ମରିଯିବେ’ ଅକ୍ସିଜେନ୍ ସିଲିଣ୍ଡର ପାଇଁ ପୋଲିସକୁ ଅନୁରୋଧ କରୁଥିବା ଭିଡିଓ ଭାଇରଲ

ପରେ ସ୍ପଷ୍ଟିକରଣ ଦେଇଛନ୍ତି ଆଗ୍ରା ଏସପି

BJD

ଉତ୍ତରପ୍ରଦେଶ ୨୯ ।୪ (ଓଡ଼ିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିସ୍ଥଳେ ରୋଗୀମାନଙ୍କ ପାଇଁ ଅକ୍ସିଜେନର ଘୋର ଅଭାବ ଦେଖା ଦେଇଛି । ଅନ୍ୟପଟେ କାରୋନା ସମୟରେ ଅକ୍ସିଜେନ କଳାବଜାରରେ ଆକାଶ ଛୁଆଁ ଦାମରେ ବିକ୍ରି ହେଉଛି । ଏଭଳି ପରିସ୍ଥିତିରେ କରୋନା ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ‘ମୋ ମାଆ ମରିଯିବେ । ଦୟାକରି ସାର୍ ଅକ୍ସିଜେନ୍ ସିଲିଣ୍ଡର ନିଅନ୍ତୁ ନାହିଁ । ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଆଗ୍ରା ହିସ୍ପିଟାଲ ସାମ୍ନାରେ ମୁଣ୍ଡ ନୁଆଁଇ ଅନୁରୋଧ କରୁଥିବା ଜଣେ ବ୍ୟକ୍ତିଙ୍କର ଭିଡିଓ ଉତ୍ତରପ୍ରଦେଶ ଆଗ୍ରାରୁ ଭାଇରଲ ହୋଇଛି ।

ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ସାଦରର ଆଗ୍ରା ହିସ୍ପିଟାଲ ବାହାରେ ଏହି ଭିଡିଓର ସୁଟିଂ ହୋଇଥିବା ଜଣାଯାଇଛି। ଭିଡିଓରେ ଥିବା ବ୍ୟକ୍ତିଙ୍କ ମାଆଙ୍କୁ ସିଲିଣ୍ଡର ଥିବା ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଭିଡିଓରେ ପିପିଇ ସୁଟରେ ଥିବା ଜଣେ ବ୍ୟକ୍ତି ଡାକ୍ତରଖାନା ବାହାରେ ପାର୍କିଂ ହୋଇଥିବା ଆମ୍ବୁଲାନ୍ସ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଅକ୍ସିଜେନ୍ ସିଲିଣ୍ଡରଗୁଡିକ ହସ୍ପିଟାଲରୁ ବାହର କରାଯାଇ ଆମ୍ବୁଲାନ୍ସରେ ଭର୍ତ୍ତି କରାଯାଉ ଥିବା ବେଳେ ଏହାର ତଦାରଖ କରିବା ପାଇଁ ଜଣେ ପୋଲିସ ସେଠାରେ ନିଯୁକ୍ତ ରହିଛନ୍ତି । ହସ୍ପଟାଲରୁ ସିଲିଣ୍ଡର ଯିବାର ଦେଖି ବ୍ୟକ୍ତି ଜଣଙ୍କ ଭାଙ୍ଗିପଡନ୍ତି । ଜଣେ ଗୁରୁତର ମହିଳାଙ୍କ ପୁଅ ସେଠାରୁ ଅକ୍ସିଜେନ୍ ସିଲିଣ୍ଡର ନ ନେବା ପାଇଁ ପୋଲିସକୁ ଅନୁରୋଧ କରନ୍ତି । ଏବଂ ଏହି ଅକ୍ସିଜେନ୍ ସିଲିଣ୍ଡର ତାଙ୍କ ମାଆଙ୍କ ଲାଗି ବୋଲି ସେ କହିଛନ୍ତି । ଯାହାକି ଏବେ ଭିଡିଓଟି ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହୋଇଥିବା ଜଣାପଡିଛି । ଏହାସହ ଏହି ଭିଡିଓରେ ବ୍ୟକ୍ତି ଜଣଙ୍କ ଆଣ୍ଠୁମାଡି ନେହୁରା ହୋଇ କହୁଛନ୍ତି ଯେ, ଦୟା କରନ୍ତୁ ସାର୍ ।କେଉଁଠାରୁ ମୁଁ ଆଉ ଏକ ସିଲିଣ୍ଡର ବ୍ୟବସ୍ଥା କରିବି? ମୋ ପରିବାରକୁ ମୁଁ ପ୍ରତିଶୃତି ଦେଇ ଏଠାକୁ ଆସିଛି ଯେ ମୁଁ ମୋର ମାଆକୁ ଭଲକରି ଫେରାଇ ଆଣିବି । ସେହିଠାରେ ଉପସ୍ଥିତ ଅନ୍ୟ ଜଣେ ବ୍ୟକ୍ତି ନିଜ ମାଆ ପାଇଁ ସିଲିଣ୍ଡର ମାଗୁଥିବା ବ୍ୟକ୍ତିଙ୍କୁ ସାନ୍ତ୍ୱନା ଦେଇଥିବା ବେଳେ ପୋଲିସ ତାର କାର୍ଯ୍ୟ ଜାରି ରଖିଥିଲା ।

ସେପଟେ ଆଗ୍ରା ପୋଲିସ ଡାକ୍ତରଖାନାରୁ ଅକ୍ସିଜେନ୍ ଭର୍ତ୍ତି ସିଲିଣ୍ଡର ନେଇଥିବା ଅଭିଯୋଗକୁ ଖଣ୍ଡନ କରିଛି। ଏହି ଘଟଣାରେ ଏସପି ଆଗ୍ରା ଗୁରୁବାର ଟ୍ୱିଟରରେ ଏକ ଭିଡିଓରେ କହିଛନ୍ତି ଯେ ଦୁଇ ଦିନ ପୂର୍ବରୁ ଆଗ୍ରାଠାରେ ଅକ୍ସିଜେନର ଅଭାବ ଦେଖାଦେଇଥିଲା ଏବଂ ଲୋକମାନେ ଡାକ୍ତରଖାନାକୁ ବ୍ୟକ୍ତିଗତ ସିଲିଣ୍ଡର ବ୍ୟବହାର ପାଇଁ ଦେଉଥିଲେ। “ଭିଡିଓରେ ଦୁଇଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏକ ଖାଲି ସିଲିଣ୍ଡର ନେଇଯାଉଥିବା ନଜର ଆସିଛନ୍ତି। ଭିଡିଓରେ ଥିବା ବ୍ୟକ୍ତି ପୋଲିସକୁ ଅନୁରୋଧ କରିଥିଲେ ଯେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ତାଙ୍କ କୋଭିଡ-ପଜିଟିଭ ସମ୍ପର୍କୀୟଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ ବ୍ୟବସ୍ଥା କରନ୍ତୁ। କିନ୍ତୁ, କେହି ଅକ୍ସିଜେନ୍ ଭର୍ତ୍ତି ସିଲିଣ୍ଡର ଠିକ୍ କରିପାରି ନଥିବା ଆଗ୍ରା ଏସପି କହିଛନ୍ତି ।

ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସୋସିଆଲ ମିଡିଆରେ ଏଭଳି ଭିଡିଓ ପ୍ରଚାର କରାଯାଉଥିବା ପୋଲିସ ଅଧିକାରୀ କହିଛନ୍ତି। ଏସପି କହିଛନ୍ତି, “ଆଗ୍ରା ପୋଲିସ ଏଭଳି ଭିଡିଓର ପ୍ରସାରକୁ ନିନ୍ଦା କରିଛି। ହସ୍ପିଟାଲରେ ଭର୍ତ୍ତି ହୋଇନଥିବା ଅନେକ ଲୋକ ମଧ୍ୟ କୋଭିଡ୍ ରୋଗୀଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଏବଂ କ୍ୟାନ୍ ଖୋଜିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଡାକ୍ତରଖାନା ଶଯ୍ୟା କିମ୍ବା ଅକ୍ସିଜେନ୍ ଯୋଗାଣର ଅଭାବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି।

Get real time updates directly on you device, subscribe now.