fbpx

ସ୍ୱାମୀ ଅଫିସ୍ ଯିବା ପରେ ବୟଫ୍ରେଣ୍ଡକୁ ଘରକୁ ଡାକି ସ୍ତ୍ରୀ କରୁଥିଲା ରାସଲୀଳା, ଧରିଲା ହିଡେନ୍ କ୍ୟାମେରା

ନୂଆଦିଲ୍ଲୀ, ୨୮/୪(ଓଡ଼ିଶା ଭାସ୍କର) : ଅନେକ ସମୟରେ ଦେଖିବାକୁ ମିଳେ ଯେ ସ୍ୱାମୀ ଥାଉ ଥାଉ ସ୍ତ୍ରୀ ଆଉ ଜଣଙ୍କ ସହ ସମ୍ପର୍କରେ ଥାଏ । ଯାହା ସେମାନଙ୍କ ବୈବାହିକ ଜୀବନକୁ ନଷ୍ଟ କରିଦିଏ । ଯେତେବେଳେ ସ୍ୱାମୀ ର ସ୍ତ୍ରୀ ଉପରୁ ବା ସ୍ତ୍ରୀର ସ୍ୱାମୀ ଉପରୁ ବିଶ୍ୱାସ ଉଠିଯାଏ ସେତେବେଳେ ଅନେକ ଚେଷ୍ଟା ପରେ ମଧ୍ୟ ସେହି ବିଶ୍ୱାସ ଫେରି ଆସିବା କଷ୍ଟକର ହୋଇପଡେ । ହେଲେ କିଛି ଏପରି ଲୋକ ଅଛନ୍ତି ଯେଉଁ ମାନେ ଜାଣିଶୁଣି ଏପରି କରନ୍ତି । ଯାହା ଭବିଷ୍ୟତରେ ପ୍ରେମ ପ୍ରତାରଣାର ରୁପ ନିଏ । କିଛି ଦିନ ହେବ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି । ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ । ଯେଉଁଥିରେ ଏହି ପ୍ରେମ ପ୍ରତାରଣାର ନିଚ୍ଛକ ଛବି ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ।

 

ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ସ୍ତ୍ରୀ କିପରି ତା’ ସ୍ୱାମୀର ଅଗୋଚରରେ ବୟଫ୍ରେଣ୍ଡକୁ ଡାକି ରାସଲୀଳା କରୁଛି । ଅର୍ଥାତ୍ ସ୍ୱାମୀ ଅଫିସ୍ ଗଲା ପରେ ସ୍ତ୍ରୀ ତାର ବୟଫ୍ରେଣ୍ଡକୁ ଡାକି ରୋମାନ୍ସ କରୁଛି । ହେଲେ ସ୍ୱାମୀ ସନ୍ଦେହ କରି ଆସିବା ପରେ ସ୍ତ୍ରୀ ତାକୁ କୌଣସି ପ୍ରକାରେ ଲୁଚେଇ ଦେଉଛି । ଆଉ ସ୍ୱାମୀ ପାଖରେ ନାନା ପ୍ରକାରର ବାହାନା କରି ନିଜ ପାଖରେ ବ୍ୟସ୍ତ ରଖୁଛି । ଯେମିତିକି ସ୍ୱାମୀ ଜାଣିପାରିବ ନାହିଁ ଯେ ଘରେ କିଏ ଜଣେ ଲୁଚି ବସିଛି । କିଛି ସମୟ ଏମିତି ବିତିବା ପରେ ସ୍ୱାମୀକୁ ସନ୍ଦେହ ହେଉଛି ହେଲେ ସେ କିଛି କହୁନାହିଁ । ଆଉ ସ୍ତ୍ରୀ ତା ସ୍ୱାମୀକୁ ନିଜ ପାଖରେ ବ୍ୟସ୍ତ ରଖି ବୟଫ୍ରେଣ୍ଡକୁ ଘରୁ ଖସି ପଳେଇବାର ବାଟ କାଢ଼ୁଛି । ଆଉ ସେ ଶେଷରେ ସଫଳ ମଧ୍ୟ ହେଉଛି । ବୟଫ୍ରେଣ୍ଡ ଖୁବ୍ ଚାଲାକ୍ ର ସହ ଘରୁ ଖସି ପଳେଇବାରେ ସଫଳ ହେଉଛି । କିନ୍ତୁ ସ୍ୱାମୀ ତା ସ୍ତ୍ରୀ ଉପରେ କରୁଥିବା ସନ୍ଦେହ ମିଛ ବୋଲି ସାବ୍ୟସ୍ତ ହେଉଛି । ଆଉ ସ୍ତ୍ରୀ କୁ ମନେଇବାକୁ ଚେଷ୍ଟା କରୁଛି ।

ତେବେ ଏହି ସବୁ ଦୃଶ୍ୟ ରୋଷେଇ ଘରେ ଘଟୁଥିବା ବେଳେ ସେଠାରେ ଲାଗିଥିବା ଏକ ହିଡେନ୍ କ୍ୟାମେରାରେ ଏସବୁ ସମୟର ଦୃଶ୍ୟ କଏଦ୍ ହୋଇଯାଇଛି । ଯାହା ଲାଗୁଛି ଏହାକୁ ଖୋଦ୍ ସ୍ୱାମୀ ହିଁ ଖଞ୍ଜିଛି । ଯାହା ଦ୍ୱାରା ସେ ତା ସ୍ତ୍ରୀ ର କାର୍ଯ୍ୟକଳାପ ବିଷୟରେ ଜାଣିପାରିବ ।

Get real time updates directly on you device, subscribe now.