fbpx

ସେଲଫି ପାଲଟିଲା କାଳ, ଚାଲିଗଲା ଯୁବକଙ୍କ ଜୀବନ

Advertisement

ଭୁବନେଶ୍ୱର: ସେଲଫି ନେଲା ଜୀବନ । ପୁଣି ସେଲଫି ପାଇଁ ଲୋକଙ୍କ ଜୀବନ ଯାଇଛି । ସେଲଫି ନେବା ସମୟରେ ଜଳିଯାଇଛନ୍ତି ଯୁବକ । ମାଲବାହି ଟ୍ରେନ ଉପରେ ଚଢ଼ି ସେଲଫି ନେଉଥିବା ବେଳେ ଏହି ଅଘଟଣ ଘଟିଛି । ଏହି ସମୟରେ ବିଦ୍ୟୁତ ତାରରେ ଲାଗି ଯୁବକ ଜଣକ ଜଳିଯାଇଥିଲେ । ବର୍ତ୍ତମାନ ଏହି ମୃତ ଦେହକୁ ଆରବିଏଫ ଉଦ୍ଧାର କରିଛି ।

ସୂଚନାମୁତାବକ ଏହି ଅଘଟଣଟି କଲ୍ୟାଣସିଂପୁର ଭାଲୁମୁସକା ଷ୍ଟେସନରେ ଘଟିଥିବାର ସୂଚନା ମିଳିଛି । ତେବେ ଏହି ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଲୋକମାନେ ସେଲଫି ପାଇଁ ତାଙ୍କ ଜୀବନକୁ ବିପଦରେ ପକାଇଛନ୍ତି ।

Get real time updates directly on you device, subscribe now.