fbpx
BJD SKY
BJD SKY

(Video) ହୃଦୟବିଦାରକ: ପାର୍ବତୀଙ୍କ ବେଶରେ ନୃତ୍ୟ କରୁ କରୁ ଚାଲିଗଲା ଜୀବନ, ସାମ୍ନାକୁ ଆସିଲା ଭିଡିଓ…

BJD

କୁହାଯାଏ ମୃତ୍ୟୁ କାହାକୁ କେତେବେଳେ ଆସିବ କେହି କହିପାରିବ ନାହିଁ । କେହି ଜାଣିନାହିଁ କାହାକୁ କେଉଠିଁ ଅପେକ୍ଷା କରି ରହିଛି କାଳ । କେତେବେଳେବି ଆସି ନେଇଯିବ ସାଙ୍ଗରେ, ମୃତ୍ୟୁ ଅପ୍ରତ୍ୟାଶିତ । ଏବେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଦେଖିଲେ ଆପଣଙ୍କ ଦେହ ବି ଶିହରି ଉଠିବ । ଆପଣ ବି କହିବାକୁ ବାଧ୍ୟ ହେବେ କ’ଣ ସତରେ ଏମିତି ବି ଆସେ ମୃତ୍ୟୁ?…

ନିକଟରେ କିଛି ବର୍ଷ ହେବ ହାର୍ଟ ଆଟାକ୍ ରେ ମୃତ୍ୟୁ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ କଳାକାର ହାର୍ଟ ଆଟାକ୍ ପ୍ରାଣ ହରାଉଛନ୍ତି । ଏବେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ କଳାକାରଙ୍କର ଷ୍ଟେଜ୍ ରେ ନୃତ୍ୟ ପରିବେଷଣ କରୁଥିବାବେଳେ ଶହ ଶହ ଲୋକଙ୍କ ସାମ୍ନାରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା ।

ରିପୋର୍ଟ ଅନୂଯାୟୀ, ଜମ୍ମୁ ବିଶ୍ନେହ ତହସିଲରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି । ଏଠାରେ ଜାଗରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗେଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ମାତା ପାର୍ବତୀଙ୍କ ଭୂମିକାରେ ନୃତ୍ୟ କରୁଥିଲେ । ଆଉ ସେତିକି ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା, ଆଉ ଦେଖୁ ଦେଖୁ ସେହି ଷ୍ଟେଜ୍ ଉପରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେଖନ୍ତୁ ଭିଡିଓ…

(ଏହି ଭିଡିଓ ଆପଣଙ୍କୁ ବିଚଳିତ କରିପାରେ)

Get real time updates directly on you device, subscribe now.