fbpx

ମୁହଁରେ ଲାଗିଲା ୧୫୦ ଷ୍ଟିଚ୍: ୧୦ ବର୍ଷର ପିଲାକୁ ଶିକାର କଲା ପିଟବୁଲ କୁକୁର

ନୂଆଦିଲ୍ଲୀ: ସାରା ଦେଶରେ ଏବେ କୁକୁର ଆକ୍ରମଣ ଘଟଣା ବଢିବାରେ ଲାଗିଛି । ବିଶେଷ କରି ଦିଲ୍ଲୀ ଏନସିଆରରେ ଏଭଳି ମାମଲା ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଗଜିଆବାଦରେ ଗୋଟିଏ ପରେ ଗୋଟିଏ ପିଲାଙ୍କୁ ଆକ୍ରମଣ କରୁଛନ୍ତି ପୋଷା କୁକୁର । ଏବେ ଠିକ ସମାନ ଘଟଣା ସମାନ ଜାଗାରୁ ଆସିଛି, ଯେଉଁଥିରେ ଏକ ପିଟବୁଲ କୁକୁର ୧୦ ବର୍ଷର ପିଲାକୁ ଆକ୍ରମଣ କରିଛି । ଫଳରେ ପିଲାଟିର ମୁହଁରେ ଏକା ସାଙ୍ଗରେ ୧୫୦ଟି ଷ୍ଟିଚ ପଡିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗଜିଆବାଦ ବାପୁଧାମ ଅଞ୍ଚଳର ସଞ୍ଜୟନଗରରେ ଏମିତି ଘଟଣା ଘଟିଥିବା ଜଣାଯାଇଛି । ଗୋଟିଏ ପିଟବୁଲ କୁକୁର ୧୦ ବର୍ଷର ଏକ ଛୋଟ ପିଲାକୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଛି । ପାର୍କରେ ଖେଳୁତିବା ବେଳେ ପିଲାଟି ମୁହଁ ଉପରକୁ ଆକ୍ରମଣ କରିଥିଲା ଏହି କୁକୁର । ପିଲାଟିର ଗାଲକୁ କାମୁଡି ଛିଣ୍ଡାଇ ଦେଇଥିବା ଜାଣିବାକୁ ମିଳିଛି । ତେବେ କୁକୁରର ଆକ୍ରମଣ ପରେ ପିଲାଟିକୁ ଡାକ୍ତରଖାନା ନିଆଯାଇଥିଲା । ଏଠାରେ ପିଲାଟିର ସ୍ଥିତି ଏତେ ଗମ୍ଭୀର ଥିଲା ଯେ, ଗାଲରେ ୧୫୦ଟି ଷ୍ଟିଚ ପକାଇବାକୁ ପଡିଛି ।

ଏମିତି ଘଟଣା ପରେ ପରିବାର ଲୋକେ ଏ ଘଟଣା ନେଇ ଥାନାରେ ଅଭିଯୋଗ କରିଛନ୍ତି । ପିଟବୁଲ କୁକୁରର ମାଲିକ ସଞ୍ଜୟ ନଗରର ଲଳିତ ତ୍ୟାଗୀ ବୋଲି ଜଣାଯାଇଛି । ତେବେ ଆକ୍ରମଣର ଶିକାର ହୋଇଥିବା ପିଲାଟି ଏବେ ବି ଡାକ୍ତରଖାନାରେ ଥିବା ବେଳେ ସ୍ୱାସ୍ଥ୍ୟବସ୍ଥାକୁ ନେଇ କୌଣସି ଖବର ମିଳିପାରି ନାହିଁ ।

Get real time updates directly on you device, subscribe now.