fbpx

‘ବିରାଟ’ ରୂପ ଦେଖିଲା ଆଫଗାନିସ୍ତାନ: ଦମଦାର ଶତକ ସହ ଫର୍ମକୁ ଫେରିଲେ କିଙ୍ଗ କୋହଲି

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ରେ ଆଫଗାନିସ୍ତାନ ଦେଖିଛି ଏକ ବିରାଟ ଝଡ । ଧୂଆଁଦାର ଶତକ ସହ ଫର୍ମକୁ ଫେରିଛନ୍ତି କିଙ୍ଗ କୋହଲି । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଶତକ ଆଜି ଆଫଗାନିସ୍ତାନ ବିପକ୍ଷରେ ହାସଲ କରିଛନ୍ତି ବିରାଟ । ବହୁ ଦିନରୁ ଶାନ୍ତ ଥିବା କୋହଲିଙ୍କ ବ୍ୟାଟ ଆଜି ଖୁବ ଜୋରରେ ଗର୍ଜିଛି । ଆଫଗାନିସ୍ତାନ ବିପକ୍ଷ ଏହି ମ୍ୟାଚରେ ସେ ହାସଲ କରିଛନ୍ତି ଟି-୨୦ର ପ୍ରଥମ ଶତକ । ଏହା ସହିତ ଆଫଗାନିସ୍ତାନକୁ ୨୧୩ ରନର ଏକ ବିଶାଳ ଲକ୍ଷ୍ୟ ଦେଇଛନ୍ତି ।

Image

ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲେ ବି ଆଜି ମନ ଜିତି ନେଇଛି ଟିମ ଇଣ୍ଡିଆର ବ୍ୟାଟିଂ । ଅଧିନାୟକ ରୋହିତଙ୍କ ବିନା ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । କେ.ଏଲ ରାହୁଲ ଏବଂ ବିରାଟ କୋହଲି ପାଳି ଆରମ୍ଭ କରିଥିଲେ । ତେବେ ଆରମ୍ଭରୁ ହିଁ ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲେ ଉଭୟ ବ୍ୟାଟ୍ସମ୍ୟାନ । ତେବେ ୪୧ ବଲରୁ ୩୨ ରନ କରିଥିବା ବେଳେ ଫରିକ ଅହମଦଙ୍କ ବଲରେ କ୍ୟାଚ ଆଉଟ ହୋଇ ଫେରିଆସିଥିଲେ ଆଜିର ଅଧିନାୟକ ରାହୁଲ । କିନ୍ତୁ ଅନ୍ୟ ପଟେ ଖୁବ ଗର୍ଜନ କରୁଥିଲା ବିରାଟ କୋହଲିଙ୍କ ବ୍ୟାଟ । ଅନେକ ଦିନରୁ ଯେଉଁ କୋହଲିଙ୍କ ଦର୍ଶକ ଖୋଜୁଥିଲେ, ଆଜି ସେହି କୋହଲି କ୍ରିଜରେ ନିଜ ବିରାଟ ରୂପ ଦେଖାଇଛନ୍ତି । ଆଫଗାନିସ୍ତାନର ବୋଲରମ।।ନଙ୍କୁ ଟାର୍ଗେଟ କରି ଏକ ଦମଦାର ଶତକ ହାସଲ କରିଛନ୍ତି କିଙ୍ଗ କୋହଲି ।

ପ୍ରାୟ ୨ ବର୍ଷରୁ ଦିନିକିଆରେ ବି ଶତକ ହାସଲ କରି ପାରିନଥିବା କୋହଲି ଆଜି ଟି-୨୦ରେ ନିଜ ପାୱାର ଦେଖାଇଛନ୍ତି । ୬୧ ବଲରୁ ୧୨୨ ରନର ଏକ ବିରାଟ ଇନିଂସ ଖେଳିଛନ୍ତି କୋହଲି । ଏହି ପାଳିରେ ୧୨ଟି ଚୌକା ସହିତ ୬ଟି ଛକା ସାମିଲ ରହିଛି । ଏହି ଇନିଂସ ବଳରେ ଭାରତ ୨୧୨ ରନରେ ପହଞ୍ଚିଛି । ଆଫଗାନିସ୍ତାନକୁ ଏହି ମ୍ୟାଚରେ ବିଜୟ ପାଇଁ ୨୧୩ ରନ ଆବଶ୍ୟକ ରହିଛି । ସେପଟେ ପ୍ରଥମ ଓଭରରେ ହିଁ ୨ଟି ୱିକେଟ ହରାଇ ସାରିଛି ।

Get real time updates directly on you device, subscribe now.