fbpx

ବିଗିଡ଼ିଲା ବ୍ରିଟେନ୍ ମହରାଣୀ ଏଲିଜାବେଥ୍ ଙ୍କ ସ୍ୱାସ୍ଥ୍ୟାବସ୍ଥା: ନଜର ରଖିଛନ୍ତି ଡାକ୍ତର

ନୂଆଦିଲ୍ଲୀ: ବ୍ରିଟେନର ମହାରାଣୀ ଏଲିଜାବେଥ୍ ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପଡ଼ିଛି । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ୍ ଚିନ୍ତିତ ଅଛନ୍ତି । ମିଳିଥିବା ସୂଚନା ଅନୂଯାୟୀ ମହାରାଣୀ ଏଲିଜାବେଥ୍ ଡାକ୍ତରଙ୍କୁ ଅନୁଧ୍ୟାନ କରୁଛନ୍ତି । ଏନେଇ ବକିଘଂମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବିକ, ଆଜି ସକାଳେ ଯାଞ୍ଚ ପରେ ଡାକ୍ତର ତାଙ୍କ ସ୍ଥ୍ୟାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ଏବଂ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବାକୁ କହିଥିଲେ । ସେହିଭଳି ବ୍ରିଟେନ୍ ର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ କହିଛନ୍ତି ଯେ ପୂରା ଦେଶ ଏହି ଖବରକୁ ନେଇ ଚିନ୍ତିତ । ସେ ଆହୁରି କହିଥିଲେ ଯେ ବର୍ତ୍ତମାନ ପୂରା ଦେଶ ମହାରାଣୀ ଏବଂ ତାଙ୍କ ପରିବାର ସହ ଅଛନ୍ତି ।

 

Get real time updates directly on you device, subscribe now.