fbpx
BJD SKY
BJD SKY

ରୋଗ ପାଇଁ ଗାଁରୁ ବାସନ୍ଦ କରିଦେଲେ: ଏକା ଏକା ଜୀବନ କାଟୁଛନ୍ତି ମହିଳା

BJD

ସୁବର୍ଣ୍ଣପୁର: ଆଜି ବି ମଣିଷ ଅନ୍ଧ ବିଶ୍ୱାସର ସାମାଜିକ କୁସଂସ୍କାରକୁ ଜାବୁଡି ଧରି ରଖିଛି । ଏହି କୁସଂସ୍କାର ଯୋଗୁଁ ଅନେକ ନିରୀହ ଗାଁରୁ ବାସନ୍ଦ ହେବା ସହିତ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମହୁଲପାଲି ଗାଁରେ । କୁଷ୍ଠରୋଗ ସନ୍ଦେହ କରି ଜଣେ ମହିଳାଙ୍କୁ ଗାଁରୁ ବାସନ୍ଦ କରାଯାଇଥିବା ବେଳେ ମହିଳାଙ୍କୁ ପରିବାର ଲୋକେ ଛାଡି ପଳାଇଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମହୁଲପାଲି ଗାଁର ଧନ ସିଂ ମହାନନ୍ଦଙ୍କ ସ୍ତ୍ରୀ ସୀତା ମହାନନ୍ଦ । ପ୍ରାୟ ଦେଢବର୍ଷ ପୂର୍ବେ ତାଙ୍କୁ ମଧୁମେହ ରୋଗ ହୋଇଥିବା ଜଣାପଡିଥିଲା । ତେବେ ଆର୍ଥିକ ଅଭାବ ଏବଂ ଅନାଟନ ଭିତରେ ନିଜ ଚିକିତ୍ସା କରାଇପାରିନଥିଲେ ସୀତା । ଫଳରେ ଗୋଡର ଘା’ମଧ୍ୟ ବଢିଯାଇ ଥିଲା । କିନ୍ତୁ ପରିବାର ଲୋକେ କୁଷ୍ଠ ରୋଗ ହୋଇଥିବା ସନ୍ଦେହ କରି ତାଙ୍କୁ ଘରେ ଏକୁଟିଆ ଛାଡି ପଳାଇ ଯାଇଛନ୍ତି । ମହିଳା ଜଣକର ସ୍ୱାମୀ ସମେତ ଦୁଇ ପୁଅ ଓ ତିନି ଝିଅ ଅଛନ୍ତି । କିନ୍ତୁ ସୀତାଙ୍କର ଏମିତି ଅସମୟରେ ସମସ୍ତେ ମୁହଁ ବୁଲାଇ ଦେଇଛନ୍ତି । ତାଙ୍କୁ ଏକା କରି ସମସ୍ତେ ନିଜ ରାସ୍ତାରେ ଚାଲି ଯାଇଛନ୍ତି ।

ରୋଗାକ୍ରାନ୍ତ ମହିଳା ଜଣକ ଗୁରୁତର ହୋଇ ଘରେ ନ ଖାଇ ନ ପିଇ ପଡି ରହିଛନ୍ତି । ଗ୍ରାମବାସୀ ଓ ପଡାବାସୀ ତାଙ୍କୁ କିଛି ଦିନ ଖାଇବାକୁ ଦେଉଥିଲେ । କିନ୍ତୁ ଏବେ କୁଷ୍ଠ ରୋଗ ସନ୍ଦେହ କରି କେହି ତାଙ୍କ ପାଖକୁ ଯାଉନାହାନ୍ତି । ଏପରିକି ତାଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରାଯାଇଛି । ତେବେ ବର୍ତ୍ତମାନ ସମୟରେ ବି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ କୁଷ୍ଠ ରୋଗୀଙ୍କୁ ଘୃଣା କରିବାକୁ ନେଇ ପ୍ରଶ୍ନ କରିଛନ୍ତି ସାମାଜିକ କର୍ମୀ ।

Get real time updates directly on you device, subscribe now.