fbpx

ବେଡ୍ ନମିଳିବାରୁ ମା’ଙ୍କ ମୃତ୍ୟୁ: ପିଏମ କେୟାରରେ ୨.୫ ଲକ୍ଷ ଦାନ କରିଥିବା ବ୍ୟକ୍ତି ପଚାରିଲେ- ‘ବେଡ୍ ପାଇଁ ମୋତେ ଆଉ କେତେ ଦେବାକୁ ପଡିବ?’

ଅହମ୍ମଦାବାଦ: ସମଗ୍ର ଦେଶରେ କରୋନା ସଙ୍କଟ କାଳରେ ବେଡ, ଅକ୍ସିଜେନ୍ ଓ ଔଷଧ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି । ଦେଶକୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ଲୋକମାନେ ପିଏମ ଫଣ୍ଡରେ ଦାନ କରିବାରେ ଲାଗିଛନ୍ତି । ସେହିପରି ଗୁଜରାଟରର ବିଜୟ ପାରିଖ ନାମକ ଜଣେ ବ୍ୟକ୍ତି ପିଏମ କେୟାରରେ ୨ ଲକ୍ଷ ୫୧ ହଜାର ଟଙ୍କା ଦାନ କରିଥିଲେ । କିନ୍ତୁ ତାଙ୍କ କରୋନା ପଜିଟିଭ ମାଙ୍କୁ ମେଡିକାଲରେ ବେଡ ନମିଳିବାରୁ ତାଙ୍କର ଦେହାନ୍ତ ହୋଇଛି ।

ବିଜୟ ନିଜର ମା’ଙ୍କ ଦେହାନ୍ତରେ ଦୁଃଖୀ ହୋଇ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ସେ ଳେଖିଛନ୍ତି ଯେ, ‘ଅଢେଇ ଲକ୍ଷ ଟଙ୍କା ଦାନ କରିବା ପରେ ମା’ଙ୍କ ଚିକିତ୍ସା ପାଇଁ ବେଡ୍ ମିଳିଲାନାହିଁ । ଦୟାକରି ମୋତେ କୁହନ୍ତୁ ଯେ ତୃତୀୟ ଲହରରେ ବେଡ ପାଇଁ ଆଉ କେତେ ଦାନ ଦେବାକୁ ପଡିବ । କାହିଁକି ନା ମୁଁ ଅନ୍ୟ ପରିବାର ସଦସ୍ୟଙ୍କୁ ହରାଇବାକୁ ଚାହିଁନି ।’

ତେବେ ଦେଶରେ କରୋନାର ପ୍ରଥମ ଲହର ଆସିବା ପରେ ୨୦୨୦ ଜୁଲାଇରେ ବିଜୟ ୨.୫୧ ଲକ୍ଷ ଟଙ୍କା ଦାନ କରିଥିଲେ । ସେ ଏହାର ଏକ ସ୍କିନସର୍ଟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତାଙ୍କର ଏହି ପୋଷ୍ଟକୁ ୩୩ ହଜାରରୁ ଅଧିକ ଲାଇକ୍ ମିଳିବା ସହ ୧୩ ହଜାରରୁ ଅଧିକ ଲୋକେ ଏଥିରେ ରିଟ୍ୱିଟ୍ କରିଛନ୍ତି ଓ ଅନେକ ଲୋକେ କମେଣ୍ଟ ଦେଇଛନ୍ତି ।

Get real time updates directly on you device, subscribe now.