fbpx

ପତ୍ନୀ ଓ ସନ୍ତାନଙ୍କ ଗଳାକାଟି ହତ୍ୟା: ମୃତଦେହକୁ ଲୁଚାଇ ଫେରାର ହେଲେ ଯୁବକ

ଜାମସେଦପୁର, ୧୩ା୪: ଝାଡ଼ଖଣ୍ଡର ଜାମସେଦପୁରରୁ ଛାତି ଥରାଇ ଦେଲା ଭଳି ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି । ଜଣେ ଯୁବକ ନିଜ ସ୍ତ୍ରୀ ଓ ୨ ସନ୍ତାନ ଓ ଟ୍ୟୁସନ ମାଷ୍ଟରଙ୍କୁ ହତ୍ୟା କରି ଘରେ ତାଲା ପକାଇ ଫେରାର ହୋଇଯାଇଛି । ଏଥିସହିତ ଯୁବକଙ୍କ ଆକ୍ରମଣରେ ତାଙ୍କ ବନ୍ଧୁ ଓ ବନ୍ଧୁଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଦୀପକ କୁମାର ଟାଟା ଷ୍ଟିଲର ଅଗ୍ନିଶମ ବିଭାଗରେ କାର୍ଯ୍ୟ କରନ୍ତି । ସେ ଚାରିଜଣଙ୍କୁ ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଛି । ପରିବାର ସଦସ୍ୟଙ୍କୁ ହତ୍ୟା କରିବା ସମୟରେ ଟ୍ୟୁସନ ମାଷ୍ଟର ଦେଖିଦେବାରୁ ତାଙ୍କୁ ମଧ୍ୟ ଦୀପକ ହତ୍ୟା କରିଥିଲା । ଘଟଣାସ୍ଥଳରେ ଦୀପକଙ୍କ ବନ୍ଧୁ ରୋଶନ ସିଂହ ଓ ରୋଶନଙ୍କ ପତ୍ନୀ ପହଞ୍ଚିଥିଲେ ମଧ୍ୟ ଦୀପକ ସେମାନଙ୍କୁ ହାତୁଡ଼ି ଦ୍ୱାରା ଆକ୍ରମଣ କରି ଚାଲିଯାଇଥିଲା । ଦୀପକ ମୃତଦେହଗୁଡ଼ିକୁ ପଲଙ୍କର ବକ୍ସ ମଧ୍ୟରେ ଲୁଚାଇ ରଖିବା ସହ ଘର ବାହାର ପଟୁ ତାଲା ଲଗାଇ ନିଜ ବୁଲେଟରେ ଫେରାର ହୋଇଯାଇଥିବା କୁହାଯାଉଛି । ତେବେ ହତ୍ୟାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Get real time updates directly on you device, subscribe now.