fbpx
BJD
BJD SKY
BJD SKY

ନାଗକୁ ପାଇପ ସାହାଯ୍ୟରେ ପାଟିରେ ଅକ୍ସିଜେନ୍ ଦେଇ ଜୀବନ ବଞ୍ଚାଇଲେ, ସୁସ୍ଥ ହେବା ପରେ ଜଙ୍ଗଲରେ ଛାଡ଼ିଲେ ଯୁବକ

ଖଇରପୁଟ (ଓଡ଼ିଶା ଭାସ୍କର): ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଖଇରପୁଟର ନୂଆଗୁଡା ସାହିରେ । ସାପକୁ ଅମ୍ଳଜାନ ଦିଆଯାଇ ପୁଣି ଜଙ୍ଗଲରେ ଛଡାଯାଇଛି । ଶୁକ୍ରବାର ମାଲକାନଗିରି ସଦର ମହକୁମା ସ୍ଥିତ ନୂଆଗୁଡା ସାହିର ଜଣେ ବ୍ୟକ୍ତିଙ୍କ ଘରେ ନାଗ ସାପଟିଏ ପଶି ଯାଇଥିଲା । ତେବେ ନାଗ ସାପଟି ସ୍ନେକ୍‌ ହେଲ୍‌ପ ଲାଇନର ସଦସ୍ୟମାନେ ଉଦ୍ଧାର କଲା ପରେ ସାପଟି ସମ୍ପୂର୍ଣ୍ଣ ଅଚେତ ହୋଇ ପଡିଥିଲା । ତେବେ ଏକ ପାଇପ ସାହାଯ୍ୟରେ ପାଟିରେ ଫୁଙ୍କି ନାଗ ସାପର ମୁହଁରେ ଅମ୍ଳଜାନ ଭରିଲା ପରେ ସାପଟିର ଚେତା ଫେରିଥିଲା । ଏଭଳି ମାନବିକତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, ନୂଆଗୁଡା ସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ନାଗ ସାପକୁ ଦେଖି ସ୍ନେକ୍‌ ହେଲ୍ପଲାଇନକୁ ଜଣାଇ ଦିଆଯାଇଥିଲା । ସାପ ହେଲ୍ପଲାଇନର ସଦସ୍ୟ ସ୍ନେହାଶିଷ ନାୟକ ଏବଂ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘର କାନ୍ଥ ମଧ୍ୟରୁ ଚାରି ଫୁଟ ଲମ୍ବର ଏକ ନାଗ ସାପକୁ ଉଦ୍ଧାର କରିଥିଲେ । କିନ୍ତୁ ସାପଟି ଚେତାଶୂନ୍ୟ ହୋଇଥିବାର ଦେଖିବାକୁ ପାଇଥିଲେ । ସାପଟିକୁ ଚେତା ଫେରାଇବା ପାଇଁ ସମସ୍ତ ଉଦ୍ୟମ ବିଫଳ ହେବା ପରେ ଶ୍ରୀ ନାୟକ ଏକ ପାଇପ୍‌
ସାହାଯ୍ୟରେ କୋବ୍ରା ମୁହଁରେ ଅମ୍ଳଜାନ ଦେଇଥିଲେ । ଫଳରେ ସାପ କିଛି ସମୟ ପରେ ଚେତା ଫେରି ଆସିବା ସହ ଗତି କରିବା ଆରମ୍ଭ କରିଥିଲା । ଦଳର ସଦସ୍ୟମାନେ ସାପକୁ ପିଇବା ପାଇଁ କିଛି ପାଣି ଦେଇ ନିକଟ ଜଙ୍ଗଲରେ ଛାଡି ଦେଇଥିଲେ । ମଣିଷ ଏବଂ ସରୀସୃଙ୍କ ମଧ୍ୟରେ ଥିବା ଏହି ସୁନ୍ଦର ସମ୍ପର୍କ ବାସ୍ତବରେ ଅତୁଳନୀୟ । ସ୍ଥାନୀୟ ଲୋକମାନେ ସ୍ନେହାଶିଷ ସାପଟିକୁ ଜୀବନ ଦାନ ଦେଇଥିବାରୁ ତାଙ୍କୁ ଏବଂ ତାଙ୍କ ଦଳର ଉଦ୍ୟମକୁ ଅଭିନନ୍ଦନ ଜଣାଇଥିଲେ ।

Get real time updates directly on you device, subscribe now.