fbpx

ରୁମ୍ ଥିଲା ବନ୍ଦ, ଅନ୍ୟ ଜଣେ ଯୁବତୀଙ୍କ ସହିତ ପତିଙ୍କର ଚାଲିଥିଲା ରାସଲୀଳା, ଏହି ସମୟରେ ରଙ୍ଗେ ହାତ୍ ଧରିଲେ ପତ୍ନୀ, ଆଉ ତା’ପରେ କାଠ ଫାଳିଆରେ…

ନୂଆଦିଲ୍ଲୀ: ପରକ୍ରୀୟା ପ୍ରୀତି ଆଜିକାଲି ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ଏ ସମ୍ପର୍କିତ କିଛି ନା କିଛି ଖବର ଦୈନନ୍ଦିନ ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଏଭଳି ଏକ ଘଟଣା ସାମନାକୁ ଆସିଛି । ରୁମ୍ ବନ୍ଦ କରି ଅନ୍ୟ ଜଣେ ମହିଳାଙ୍କ ସହ ରାସଲୀଳା କରୁଥିବା ସମୟରେ ଜଣେ ଯୁବକଙ୍କୁ ତାଙ୍କ ପତ୍ନୀ ରଙ୍ଗେ ହାତ୍ ଧରିଥିଲେ । ଏହାପରେ ରାଗରେ ପତ୍ନୀ ତାଙ୍କର ପତିଙ୍କୁ ଏକ ବାଡ଼ିରେ ଖୁବ୍ ପିଟିଥିଲେ । ପୋଲିସ ସେଠାରେ ଉପସ୍ଥିତ ଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିବା ଜଣାପଡ଼ିଛି ।

ପତିଙ୍କର ରାସଲୀଳା ବିଷୟରେ ଅବଗତ ହେବା ପରେ ପତ୍ନୀ ପୋଲିସ ଓ କିଛି ସାମ୍ବାଦିକଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ କିଛି ସମୟ ପାଇଁ ଉକ୍ତ ଅଞ୍ଚଳରେ ଭିଡ଼ ଜମି ଯାଇଥିଲା । ଏହାପରେ ମହିଳା ଜଣକ କବାଟ ବାଡ଼େଇ ଥିଲେ । ସେ ଯାହା ଦେଖିଲେ, ନିଜକୁ ବିଶ୍ୱାସ କରିପାରିନଥିଲେ । ତାଙ୍କର ପତି ଅନ୍ୟ ଜଣେ ଯୁବତୀଙ୍କ ସହିତ ଉକ୍ତ ରୁମରୁ ବାହାରିଥିଲେ । ପତି ବାହାରକୁ ଆସୁ ଆସୁ ମହିଳା ତାଙ୍କୁ ଏକ ବାଡ଼ିରେ ପିଟିବାରେ ଲାଗିଥିଲେ । ଏହି ଦୃଶ୍ୟକୁ ସେଠାରେ ଉପସ୍ଥିତ ଲୋକମାନେ କ୍ୟାମେରାରେ ରେକର୍ଡିଂ କରିଥିଲେ । ଏହାପରେ ପୋଲିସ ତିନିଜଣଙ୍କୁ ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲେ । ପରେ ସେମାନଙ୍କୁ ବୁଝାସୁଝା କରି ଘରକୁ ପଠାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.