fbpx

୨୬ ବର୍ଷର ପୁରୁଣା ବିଲ୍ଡିଂରୁ ଖସିଲା ସ୍ଲାବ୍‌, ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଇଲ୍ଲାସନଗର ଅଞ୍ଚଳରେ ଏକ ବିଲ୍ଡିଂର ସ୍ଲାବ୍ ଖସିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୩ରୁ ୪ ଜଣ ଲୋକେ ଏବେବି ଫସି ରହିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସମୟରେ ଉଦ୍ଧାରକାରୀ ଦଳ ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଥାନେ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କୁହାଯାଇଛି ।

ତେବେ ସୂଚନା ଅନୁସାରେ, ଏକ ବଡ ସ୍ଲାବ ୫ମ ଫ୍ଲୋରରୁ ଗ୍ରାଉଣ୍ଡକୁ ଖସିପଡିଥିଲା । ଇମାରତର ନାଁମ ସାଇ ସିଦ୍ଧୁ ବୋଲି ଜଣାପଡିଛି, ଯାହାକି ଉଲ୍ଲାସନଗରର ନେହେରୁ ଚୌକରେ ରହିଛି ।

Get real time updates directly on you device, subscribe now.