fbpx
BSKY SKY
BSKY SKY

ବିଶ୍ୱରେ ପ୍ରଥମ ଘଟଣା: ସିଂହକୁ ଖାଇବାକୁ ଦେବାରୁ ମଣିଷ ହେଲା କରୋନା ସଂକ୍ରମିତ, ରିସର୍ଚ୍ଚରୁ ମିଳିଲା ନୂଆ ତଥ୍ୟ

BSKY

ନୂଆଦିଲ୍ଲୀ: କରୋନା ଭାଇରସ୍ ଆସିବା ଏହା ମଧ୍ୟରେ ତିନି ବର୍ଷ ଅତିକ୍ରମ କରିଗଲାଣି । ଏହା ମଧ୍ୟରେ ଭାଇରସ ବହୁତ ଧନଜୀବନ ନଷ୍ଟ କରିବା ସହ ବୈଜ୍ଞାନିକମାନେ ଏହି ଭାଇରସର ଏକାଧିକ ସବଭାରିଆଣ୍ଟକୁ ନେଇ ଅନେକ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଚିଡ଼ିଆଖାନାରେ ରହୁଥିବା ପଶୁଙ୍କ ଶରୀରରୁ ମଣିଷ ଶରୀରକୁ କୋଭିଡ୍ ଭାଇରସ୍ ବ୍ୟାପୁଥିବା ନେଇ ରିସର୍ଚ୍ଚରୁ ଜଣାପଡ଼ିଛି ।

ଗୋଟିଏ ବନ୍ଦ ସ୍ଥାନରେ ରହିଥିବା ପଶୁଙ୍କଠାରୁ ମଣିଷ କୋଭିଡ-୧୯ରେ ସଂକ୍ରମିତ ହେବା ବିଶ୍ୱର ଏକ ପ୍ରଥମ ଘଟଣା ଅଟେ । ସିଂହକୁ ନିଜ ହାତରେ ଖାଦ୍ୟ ଖୁଆଉଥିବା କର୍ମଚାରୀ ଭାଇରସରେ ସଂକ୍ରମିତ ହୋଇଛନ୍ତି । ଆମେରିକାର ଇଣ୍ଡିୟାନା ଚିଡ଼ିଆଖାନାରେ ରହୁଥିବା ଗୋଟିଏ ବୃଦ୍ଧ ସିଂହ କରୋନାରେ ସଂକ୍ରମିତ ହୋଇଥିଲା । ସିଂହଟିର ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଥିବା ସମୟରେ ସେଠାକାର କର୍ମଚାରୀ ତାକୁ ହାତରେ ଖାଦ୍ୟ ଦେଇଥିଲେ । ଏହାପରେ ଉକ୍ତ କର୍ମଚାରୀ ସଂକ୍ରମିତ ହୋଇଥିଲେ ।

ସାର୍ସ-କୋଭ-୨ ଭାଇରସ କାରଣରୁ କୋଭିଡ-୧୯ ସଂକ୍ରମଣ ହେଉଥିବା ନେଇ ସାରା ବିଶ୍ୱ ଅବଗତ ଅଛି । ଏହା ଯେ କୌଣସି ପ୍ରଜାତିର ଜୀବକୁ ସଂକ୍ରମିତ କରିପାରେ । ଏହା ପଶୁଠାରୁ ମଣିଷକୁ ଓ ମଣିଷଠାରୁ ପଶୁଙ୍କୁ ବାପିପାରେ । ପ୍ରଥମ ଥର ପାଇଁ ଏହି ଭାଇରସ କୌଣସି ଜୀବଠାରୁ ମଣିଷ ଶରୀରକୁ ଆସିଥିଲା । ପରେ ଏହା ମଣିଷଠାରୁ ଗୃହପାଳିତ ପଶୁଙ୍କ ଶରୀରକୁ ଯାଇଥିଲା । ତେବେ ଷ୍ଟଡିରେ କୁହାଯାଇଛି, ଇଣ୍ଡିଆନାର ସବୁଠାରୁ ପୁରୁଣା ଚିଡ଼ିଆଖାନାରେ ୨୦ ବର୍ଷ ବୟସର ବୃଦ୍ଧ ଆଫ୍ରିକୀୟ ସିଂହ ଗତ ୨୦୨୧ ଡିସେମ୍ବର ମାସରେ କରୋନାରେ ସଂକ୍ରମିତ ହୋଇଥିଲା । ସିଂହଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ବେଳେ ୧୦ ଜଣ କର୍ମଚାରୀ ତା’ର ଦାୟିତ୍ୱରେ ରହିଥିଲେ ।

Get real time updates directly on you device, subscribe now.