fbpx
BSKY SKY
BSKY SKY

ରାତ୍ରୀ ଭୋଜନ ନକରୁଥିଲେ ସାବଧାନ ! ଓଜନ ବଢିବା ସହ ହୋଇଯିବ ଅନେକ ରୋଗ

BSKY

ଶରୀର ପାଇଁ ସମୟ ଅନୁସାରେ ଭୋଜନ କରିବା ନିହାତି ଜରୁରୀ । ଏହା ଦ୍ୱାରା ଆମ ଶରୀରରେ ଶକ୍ତି ଅକ୍ଷୁର୍ଣ୍ଣ ରହିଥାଏ । ବିଶେଷଜ୍ଞମାନେ ବ୍ରେକଫାଷ୍ଟ, ଲଞ୍ଚ ବା ଡିନରକୁ କେବେ ବି ମିସ୍ ନକରିବାକୁ କହିଛନ୍ତି । ତେବେ ରାତ୍ରି ଭୋଜନ ତ୍ୟାଗ କଲେ କ’ଣ ହେବ, ଆସନ୍ତୁ ଜାଣିବା । ଏହାକୁ ନେଇ ଗ୍ରେଟର ନୋଏଡାର ଜିଏମ୍ଏସ୍ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ପ୍ରସିଦ୍ଧ ଡାଏଟିସିଆନ୍ ଡକ୍ଟର ଆୟୁଷୀ ଯାଦବ କହିଥିଲେ ଯେ, ରାତ୍ରୀ ଭୋଜନ ନକରି କାହିଁକି ଶୋଇବା ଉଚିତ୍ ନୁହେଁ ।

ଲୋକମାନେ କାହିଁକି ରାତ୍ରୀ ଭୋଜନ ସିପ୍ କରିବା ଉଚିତ୍ ନୁହେଁ?
ରାତ୍ରୀ ଭୋଜନ ଛାଡିବାର ଅନେକ କାରଣ ଥାଇପାରେ । ସାଧାରଣତଃ ଥକାପଣ ହେତୁ ଆପଣ ଶୀଘ୍ର ଶୋଇପଡନ୍ତି ଏବଂ ଖାଦ୍ୟ ଖାଇବାକୁ ଉଠି ପାରନ୍ତି ନାହିଁ । ପାରିବାରିକ ବିବାଦ କିମ୍ବା ଟ୍ରାଭେଲ ଯୋଗୁଁ କିଛି ଲୋକ ରାତ୍ରୀ ଭୋଜନ ଛାଡିଥା’ନ୍ତି, କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ ।

ରାତ୍ରୀ ଭୋଜନ ନକରିବାର ସମସ୍ୟା:-

– ହୁଏତ ରାତିରେ ଆପଣଙ୍କୁ ଭୋକ ନଲାଗିପାରେ, କିନ୍ତୁ ନଖାଇବା ଶୋଇବା ଉତ୍ତ୍ ନୁହେଁ । କାହିଁକି ନା ଆମ ଶରୀର ୨୪ ଘଣ୍ଟା ପାଇଁ ଶକ୍ତି ଉତ୍ପାଦନ କରିଥାଏ ଓ ପ୍ରତି ସମୟରେ କ୍ୟାଲୋରୀକୁ ବର୍ଣ୍ଣ କରିବାକୁ ପଡିଥାଏ । ଏଥିପାଇଁ ଶରୀରକୁ ପୋଷକ ତତ୍ତ୍ୱ ଆବଶ୍ୟକ ପଡିଥାଏ, ଯାହାକି କି ଖାଇବାରୁ ମିଳିଥାଏ । ଖାଇବା ସ୍କିପ୍ କରିବା ଦ୍ୱାରା ଆପଣଙ୍କ ଶରୀରର ପ୍ରୋସେସ୍ ଗଡ଼ବଡ଼ ହୋଇଥାଏ ଓ ଏହା ଫଳରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

– ଯେଉଁ ଲୋକମାନେ ରାତିରେ ପ୍ରୋଟିନ୍ ଡାଏଟ୍ ନିଅନ୍ତି, ସେମାନଙ୍କ ଶରୀରରେ ରାତ୍ରି ଭୋଜନ କରୁନଥିବା ଲୋକଙ୍କ ଅପେକ୍ଷା ଅଧିକ ଏନର୍ଜି ଥାଏ, ତେଣୁ ଖାଦ୍ୟ ନଖାଇବା ଭୁଲ କରିବା ଉଚିତ୍ ନୁହେଁ ।

– ଯଦି ଆପଣ ରାତିରେ ଖାଦ୍ୟ ନ ଖାଆନ୍ତି, ତେବେ ଏହା ରକ୍ତରେ ଖରାପ କୋଲେଷ୍ଟ୍ରଲ୍ର ସ୍ତରକୁ ବଢ଼ାଇବା ଆରମ୍ଭ କରେ, ଯାହା ପରେ ହାଇ ବ୍ଲଡ ପ୍ରେସର, ଡାଇବେଟିସ୍, କୋରୋନରୀ ଧମନୀ ରୋଗର କାରଣ ହୋଇଯାଏ ।

– ରାତ୍ରୀ ଭୋଜନ ସ୍କିପ୍ କରିବା ଯୋଗୁଁ ଶରୀରରେ ଥାଇରଏଡ୍ର ଲେବଲ ବଢ଼ିବାକୁ ଲାଗିଥାଏ, ଯାହାଫଳରେ ଅନେକ ସମସ୍ୟା ଉପୁଜିପାରେ ।

– ରାତିରେ ନଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଆରମ୍ଭ ହୋଇଥାଏ ଓ ଶୋଇବା ବ୍ୟାଘାତ ହୋଇଥାଏ ।

– ରାତିରେ ଖାଦ୍ୟ ନ ଖାଇବା ଦ୍ୱାରା ଓଜନ ବଢ଼ିଥାଏ ଏବଂ ଅନେକ ରୋଗ ହୋଇଥାଏ ।

– ରାତ୍ରୀ ଭୋଜନ ଛାଡ଼ିବା କାରଣରୁ ଏହା ଶରୀରର ମେଟାବୋଲିଜିମ୍ ଉପରେ ଖରାପ ପ୍ରଭାବ ପକାଇଥାଏ, ଫଳରେ ଇନସୁଲିନ୍ ସ୍ତର ମଧ୍ୟ ପ୍ରଭାବିତ ହୋଇଥାଏ ।

Get real time updates directly on you device, subscribe now.