fbpx

ଜାତୀୟ ରାଜଧାନୀ ଦିଲ୍ଲୀରେ ଭୟ ମୁକ୍ତ ଅପରାଧୀ; ସୂର୍ଯ୍ୟାଲୋକରେ ପାର୍କରେ ଯୁବତୀଙ୍କୁ ରଡ୍‌ରେ ପିଟି ହତ୍ୟା

Advertisement

ନୁଆଦିଲ୍ଲୀ: ଦିଲ୍ଲୀ ମାଲବ୍ୟ ନଗର ପାର୍କରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ମାରଣତ୍ମକ ଆକ୍ରମଣ କରିଛନ୍ତି। ଯୁବକ ଜଣକ ଏକ ରଡ୍‌ରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ ଫଳରେ ଘଟଣାସ୍ତଳରେ ହିଁ ଯୁବତୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଘଟଣା ବିଷୟରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରା ଉଚରା କରୁଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଘଟଣା ଅରୋବିନ୍ଦ କଲେଜ ନିକଟରେ ଘଟିଛି । ଯୁବତୀଙ୍କୁ ଏକ ରଡ୍‌ରେ ଆକ୍ରମଣ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲା । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣକାରୀ ଯୁବକର ବୟସ ପ୍ରାୟ ୨୫ ବର୍ଷ ବୋଲି କୁହାଯାଉଛି । ତେବେ ଅଭିଯୁକ୍ତକୁ ୨୮ ବର୍ଷିୟ ଇରଫାନ ବୋଲି ପୋଲିସ ଚିହ୍ନଟ କରିଛି । ଇରଫାନ୍ ଦିଲ୍ଲୀର ସଙ୍ଗମ ବିହାରର ବାସିନ୍ଦା । ପୋଲିସର ପ୍ରାରମ୍ଭିକ ପଚରାଉଚୁରାରେ ଅଭିଯୁକ୍ତ ଜଣାଇଛନ୍ତି ଯେ ପୀଡିତାଙ୍କ ପରିବାର ନିଜ ଝିଅକୁ ଇରଫାନଙ୍କୁ ବିବାହ କରିବାକୁ ମନା କରି ଦେଇଛନ୍ତି । ପରିବାର ମନା କରିବା ପରେ ନର୍ଗିସ୍ (ବୟସ ୨୨) ମଧ୍ୟ ଇରଫାନଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ । ଏହି କାରଣରୁ ଇରଫାନ୍ ରାଗରେ ହୋଇ ଏହି ଘଟଣା ଘଟାଇଛି ।

ନର୍ଗିସ୍ ଚଳିତ ବର୍ଷ ଡିୟୁ କମଲା ନେହେରୁ କଲେଜରୁ ସ୍ନାତକ ସମାପ୍ତ କରିଛନ୍ତି । ଏବଂ ସେ କିଛି ସମୟ ପାଇଁ ମାଲବ୍ୟ ନଗରରେ ଷ୍ଟେନୋ କୋଚିଂ ନେଉଥିଲେ । ପୋଲିସ ସୂଚନା ଅନୁଯାୟୀ ଏହି ଘଟଣା ପାର୍କରେ ଘଟିଛି ।

Get real time updates directly on you device, subscribe now.