fbpx

ଲକଡାଉନରେ ଚାକିରି ହରାଇଲେ ଯୁବକ: ପ୍ରତିଶୋଧପରାୟଣ ହୋଇ ଭାଙ୍ଗିଲେ ମନ୍ଦିର

Advertisement

ନୂଆଦିଲ୍ଲୀ, ୪ା୪: ଦେଶର ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଚାକିରି ହରାଇଥିବା ଜଣେ ଯୁବକ ପ୍ରଭୁଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ମନ୍ଦିରକୁ ଭଙ୍ଗାରୁଜା କରିଛନ୍ତି । ତେବେ ଏହି ଘଟଣାରେ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ୨୯ ବର୍ଷୀୟ ଯୁବକ ବିକି ଜଣେ ସଫେଇ କର୍ମଚାରୀ । ତେବେ ଲକଡାଉନରେ ବିକି ନିଜର ଚାକିରି ହରାଇଥିଲେ । ସେଥିରେ ସେ କ୍ରୋଧାନ୍ୱିତ ହୋଇ ଭଗବାନଙ୍କୁ କହିଥିଲେ ଯେ, ସେ ତାଙ୍କୁ ଭିକାରି କରିଛନ୍ତି, ତେଣୁ ସେ ପ୍ରତିଶୋଧ ନେବେ । ଏହାପରେ ବିକି ମନ୍ଦିରକୁ ଯାଇ ଭଙ୍ଗାରୁଜା କରିବା ସହ ମୂର୍ତ୍ତି ନଷ୍ଟ କରିଥିଲା । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ବିକିକୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.