fbpx

ସ୍ତ୍ରୀ ପାଇଁ…. ଥାନାରେ ନିଆଁ ଲଗାଇଦେଲା ଯୁବକ; ହେଲେ କାହିଁକି

ନୂଆଦିଲ୍ଲୀ: ସ୍ତ୍ରୀ ପାଇଁ ଥାନାରେ ନିଆଁ ଲଗାଇ ଦେଇଛି ଯୁବକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଜୁରାତର ରାଜକୋଟ ସ୍ଥିତ ଗାନ୍ଧୀଗ୍ରାମ ଥାନାରେ । ପତ୍ନୀର ନିର୍ଯାତନାରେ ଅତିଷ୍ଠ ହୋଇ ଯୁବକ ଜଣକ ଏଭଳି ପଦକ୍ଷେପ ଗ୍ରହଣ କରିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଯୁବକ ଜଣକ ଜେଲ ଯିବା ପାଇଁ ଏଭଳି କାଣ୍ଡ କରିଛି । ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ଯୁବକ ଜଣଙ୍କୁ ଗିରଫ କରାଯାଇଛି ।

ରବିବାର ରାଜକୋଟରେ ଜାମନଗର ରାସ୍ତାରେ ଯୁବକ ଜଣଙ୍କ ଉନ୍ମତ କାଣ୍ଡ କରିବା ସହିତ ବଜରଙ୍ଗ ବାଡି ପୋଲିସ ଥାନାରେ ନିଆଁ ଲଗାଇ ଦେଇଥିଲା । ଏପରିକି ନିଆଁରେ ପୋଲିସ ଷ୍ଟେସନ ଜଳୁଥିବା ବେଳେ ଯୁବକ ଜଣଙ୍କ ଦୌଡିବା ପରିବର୍ତ୍ତେ ପୋଲିସ ଷ୍ଟେସନ ବାହାରେ ଛିଡା ହୋଇଥିଲେ । ଅଭିଯୁକ୍ତଙ୍କ ନାମ ଦେବଜି ଚୋପ୍ରା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଦେବଜି ନିଜ ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଏଭଳି କରିଥିବା କହିଛନ୍ତି । ଅଧିକ ଦିନ ଜେଲରେ ରହିବା ଦ୍ୱାରା ପତ୍ନୀଙ୍କ ନିର୍ଯାତନାରୁ ବଞ୍ଚିଯିବେ ବୋଲି କହିଥିଲେ ଦେବଜୀ । ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ଆଇପିସିର ଧାରା ୪୩୬ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.