fbpx

୫ଜି ବିରୋଧରେ ଜୁହି ଚାୱଲାଙ୍କ ଯାଚିକାର ଶୁଣାଣିବେଳେ ଗୀତ ଗାଇଲେ ବ୍ୟକ୍ତି, ଆଉ ତା’ପରେ…

ନୂଆଦିଲ୍ଲୀ: ସାରା ଦେଶରେ ୫ଜି ନେଟୱାର୍କ ସ୍ଥାପନ ବିରୋଧରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୁହି ଚାୱଲା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ବୁଧବାର ଦିନ ଅନଲାଇନ୍ ଶୁଣାଣି ମଧ୍ୟ କରାଯାଇଥିଲା। ତେବେ ଏହି ଶୁଣାଣି ମଧ୍ୟରେ ଅଭିନେତ୍ରୀ ଜୁହି ଚାୱଲାଙ୍କ ୧୯୯୩ ମସିହାର ଚଳଚ୍ଚିତ୍ର ‘ହମ୍ ହେ ରାହି ପ୍ୟାର୍ କେ’ର ଏକ ଲୋକପ୍ରିୟ ଗୀତ ଗାଇଥିଲେ । ଯାହା ଫଳରେ କୋର୍ଟ କାର୍ଯ୍ୟରେ ବାଧା ଦେଖାଦେଇଥିଲା ।

ଭିଡିଓ କନ୍ଫରେନ୍ସିଂ ଜରିଆରେ ହେଉଥିବା ଏହି ଶୁଣାଣି ସମୟରେ ଏହି ଭଳି ଭାବରେ ଜଣେ ବ୍ୟକ୍ତି ଗୀତ ଗାଇବା ଯୋଗୁଁ ତିନିଥର ପାଇଁ କୋର୍ଟ କାର୍ଯ୍ୟରେ ବାଧା ଉପୁଜିଥିଲା । ଫଳରେ ବିଚାରପତି ଏହାକୁ ମ୍ୟୁଟ କରିବାକୁ କହିଥିଲେ ପରେ ଶୁଣାଣି ଆଗକୁ ବଢିଥିଲା । ଜଜ୍ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଅବମାନନା ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ପୋଲିସକୁ ସୂଚନା ଦେବା ପାଇଁ ହାଇକୋର୍ଟର ଆଇଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀ ହାଇକୋର୍ଟ ବୁଧବାର ଅଭିନେତ୍ରୀ ଜୁହି ଚାୱଲାଙ୍କୁ ଦେଶରେ ୫ଜି ନେଟୱାର୍କ ସ୍ଥାପନ ବିରୋଧରେ ତାଙ୍କ ଆବେଦନ ଉପରେ ଏକ ସଂକ୍ଷିପ୍ତ ନୋଟ ଦାଖଲ କରିବାକୁ କହିଛନ୍ତି। ଦେଶରେ ୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଚାୱଲା ସୋମବାର ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ମଣିଷ, ପଶୁ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ଏହି ଟେକ୍ନୋଲୋଜିର ବିକିରଣର ପ୍ରଭାବକୁ ନେଇ ସେ ତାଙ୍କ ଆବେଦନରେ ପ୍ରଶ୍ନ ଉଠାଇଛନ୍ତି।

Get real time updates directly on you device, subscribe now.