fbpx

ନୂଆପଡ଼ାରେ ଦିନ ଦ୍ୱିପ୍ରହରରେ ବାପ-ପୁଅଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

ନୁଆପଡ଼ା: ବାଇକରେ ଯାଉଥିବା ବାପପୁଅଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଛରୁ ଆସୁଥିବା ଏକ ଦ୍ରୁତଗାମୀ କାରରୁ ଗୁଳି କରାଯାଇଥିବା ସୂଚନା ମିଳିଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପପୁଅ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ନୁଆପଡ଼ା ସିନାପଲି ରାବଣ ଛକରେ ଏହି ଅଭାବନୀୟ ଘଟଣ ଘଟିଥିବା ସୂଚନା ମିଳିଛି । ବାଇକରେ ଯାଉଥିବା ସମୟରେ ପଛରୁ ଅସୁଥିବା ଏକ କାରରୁ ଫାୟାରିଂ କରାଯାଇଥିବା କୁହାଯାଉଛି । ବାପାପୁଅଙ୍କ ଗୋଡ଼ରେ ବାଜିଛି ଗୁଳି । ତେବେ କାରରେ କେତେଜଣ ଥିଲେ, କାହିଁକି ଗୁଳି କଲେ ଏନେଇ ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନି ।

 

 

 

 

Get real time updates directly on you device, subscribe now.