fbpx

ସୂର୍ଯ୍ୟ ପାଖକୁ ଗଲାମାତ୍ରେ ହିଁ ମଣିଷ ବିଲୀନ ହୋଇଯିବ, କେଉଁ ଗ୍ରହରେ କେତେ ସମୟ ବଞ୍ଚିପାରିବ ମଣିଷ, ଜାଣିଛନ୍ତି!

Advertisement

ଓଡିଶା ଭାସ୍କର: ପୃଥିବୀକୁ ଛାଡି ସୌରମଣ୍ଡଳରେ ଅନେକ ଗ୍ରହ ରହିଛନ୍ତି । ଯେଉଁଠାରେ ବୈଜ୍ଞାନିକମାନେ ଜୀବନର କଳ୍ପନା କରୁଛନ୍ତି । ବୈଜ୍ଞାନିକମାନେ ଜୀବନର ସବୁଠାରୁ ବେଶୀ କଳ୍ପନା କରନ୍ତି ସୌରମଣ୍ଡଳରେ ଥିବା ମଙ୍ଗଳ ଓ ଚନ୍ଦ୍ରକୁ ନେଇ । ହେଲେ ପୃଥିବୀ, ମଣିଷ ଓ ଜୀବଜନ୍ତୁଙ୍କ ବସବାସ ପାଇଁ ସର୍ବଶ୍ରେଷ୍ଠ ସ୍ଥାନ ଅଟେ । ପୃଥିବୀ ପରି ବିବିଧତା କୌଣସି ଗ୍ରହରେ ଦେଖିବାକୁ ମିଳି ନଥାଏ । ଅନ୍ୟଗ୍ରହ ତୁଳନାରେ ପୃଥିବୀରେ ଜୀବନଧାରଣ କରିବା ନିଶ୍ଚିକଭାବରେ ଅନନ୍ୟ ଓ ଅସାଧାରଣ । ତେବେ ଜାଣିବା ଅନ୍ୟଗ୍ରହରେ ମଣିଷ କେତେ ସମୟ ବଞ୍ଚି ପାରିବ ।

ରିପୋର୍ଟ ଅନୁସାରେ, ବୈଜ୍ଞାନିକ ନୀଳ ଡିଗ୍ରାସ ଟାୟସନଙ୍କ କହିବାନୁସାରେ, ଅନ୍ତରୀକ୍ଷରେ ବିନା ସ୍ପେସ ସୁଟରେ ବଞ୍ଚିବା ମୁସ୍କିଲ ଅଟେ । ପୃଥିବୀକୁ ଛାଡିଦେଲେ ସୌରମଣ୍ଡଳରେ ଏମିତି ଅନ୍ୟ କୌଣସି ସ୍ଥାନ ନାହିଁ ଯେଉଁଠି ମଣିଷ ୨ ମିନିଟରୁ ଅଧିକ ସମୟ ବଞ୍ଚିପାରିବ । ସୂର୍ଯ୍ୟର ପାଖକୁ ଗଲାମାତ୍ରେ ହିଁ ତୁରନ୍ତ ମଣିଷ ବିଲୀନ ହୋଇଯିବ । ସେଠାକୁ ଗଲେ ସିନେମାର ସିନ ଭଳି ମଣିଷ କେଇ ସେକେଣ୍ଡ ମଧ୍ୟରେ ହିଁ ଭସ୍ମ ହୋଇଯିବ । ସେହିଭଳି ବୁଧ ଗ୍ରହରେ ମଧ୍ୟ ରହିବା ଅସମ୍ଭବ ଭଳି । କାରଣ ଏହା ସୂର୍ଯ୍ୟର ନିକଟରେ ରହିଛି । ଏଠାରେ ତାପମାତ୍ରା ପ୍ରାୟ ୮୦୦ ଡିଗ୍ରୀ ଫାରେନହାଇଟ ବା ୪୨୭ ଡିଗ୍ରୀ ସେଲସିୟସ ଥାଏ । ମାତ୍ର ଏହି ଗ୍ରହର ଅନ୍ୟ ପାଶ୍ୱର୍ ଥଣ୍ଡା ଥାଏ । ସେଠାରେ ତାପମାତ୍ରା ଥାଏ ମାଇନସ ୧୭୯ ଡିଗ୍ରୀ ସେଲସିୟସ । ଫଳରେ କେଇ ସମୟ ମଧ୍ୟରେ ମଣିଷ ଏଠାରେ ମରିବା ଥୟ ।

ସେହିଭଳି ଶୁକ୍ରରେ ୪୮୨ ଡିଗ୍ରୀ ସେଲସିୟସ ତାପମାତ୍ରା ଥାଏ । ମାତ୍ର ୧ ସେକେଣ୍ଡରେ ଏହି ଗ୍ରହରେ ଜୀବନ ହାରିବ ମଣିଷ । ସେପଟେ ମଙ୍ଗଳଗ୍ରହରେ ଥଣ୍ଡା ଅନୁଭୂତ ହୁଏ । ବିନା ସ୍ପେସସୁଟ ଓ ଅମ୍ଲଜାନରେ ଜଣେ ଏଠି ୨ ମିନିଟ ବଞ୍ଚିପାରିବ । ଏଠାରେ ଜୀବନଧାରଣ ପାଇଁ ବୈଜ୍ଞାନିକମାନେ ଅମ୍ଲଜାନ ସନ୍ଧାନରେ ରହିଛନ୍ତି । ଏତତବାଦ ବୃହସ୍ପତିରେ ଗ୍ୟାସର ଅତ୍ୟଧିକ ପ୍ରଭାବ ଥିବାରୁ ମାତ୍ର ୧ ସେକେଣ୍ଡ ବଞ୍ଚି ରହିପାରିବ ମଣିଷ । ବୃହସ୍ପତିକୁ ଗ୍ୟାସୀୟ ଗ୍ରହ ମଧ୍ୟ କହନ୍ତି । ସେହିପରି ସୈଟର୍ଣ୍ଣ, ୟୁରେନସ ଓ ନେପଚ୍ୟୁନରେ ବି ସମାନ ଅବସ୍ଥା ହେବ ମଣିଷର ।

Get real time updates directly on you device, subscribe now.