ମଙ୍ଗଳ ଦେବ କରିବେ ଚନ୍ଦ୍ରମାଙ୍କ ରାଶିରେ ଗୋଚର, ଏହି ୩ ରାଶିର ଲୋକେ ହେବେ ଧନବାନ
ଚନ୍ଦ୍ରମାଙ୍କ ରାଶିରେ ମଙ୍ଗଳ ଦେବ କରିବେ ଗୋଚର, ଏହି ରାଶିଙ୍କର ବଦଳିଯିବ ଭାଗ୍ୟ
ଓଡ଼ିଶା ଭାସ୍କର: ମଙ୍ଗଳ ମାର୍ଗୀ ଏପ୍ରିଲ ୩ ତାରିଖରେ ହେବାକୁ ଯାଉଛି । ମଙ୍ଗଳ ମାର୍ଗୀ ରାତି ୧ଟା ୩୧ ମିନିଟରେ କର୍କଟ ରାଶିରେ ଗୋଚର କରିବେ । ଏଥିରେ ଅନେକ ରାଶି ପ୍ରଭାବିତ ହେବେ ।
ମଙ୍ଗଳଙ୍କର ଏହି ଗୋଚର ଲାଭକାରୀ ପ୍ରମାଣିତ ହୋଇପାରେ । କର୍କଟ ରାଶିରେ ମଙ୍ଗଳଙ୍କର ବାସ ୬ ଜୁନ ପର୍ଯ୍ୟନ୍ତ ରହିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ମଙ୍ଗଳଙ୍କର ଗୋଚରରେ ହେବେ ଧନବାନ ।
ମେଷ: ଏହି ସମୟରେ ଆପଣଙ୍କର ଉତ୍ତମ ବେଳା ରହିଛି । ଜୀବନ ଖୁସିରେ ଭରପୁର ରହିବ । ଆର୍ଥିକ ସ୍ଥିତି ପରିବର୍ତ୍ତନ ହୋଇ ଧନ ରୋଜଗାର କରିବାର ରାସ୍ତା ଖୋଲିବ । ଘର-ପରିବର ଏବଂ ସମାଜରେ ଆପଣଙ୍କର ସମ୍ମାନ ବଢିବ । ପ୍ରେମ ସମ୍ବନ୍ଧ ଦୃଢ ହେବ । ଘରେ ସୁଖ-ଶାନ୍ତି ବଢିବ ।
କନ୍ୟା: ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳଙ୍କର ଗୋଚର ବହୁତ ଶୁଭ ରହିବ । ନିଜ ସାଙ୍ଗଙ୍କର ସାଥ ମିଳିବ । ଆମଦାନୀରେ ବୃଦ୍ଧି ଘଟିବ । ବ୍ୟାପାର ବାଣିଜ୍ୟରେ ଲାଭ ମିଳିପାରେ । ଜୀବନସାଥୀଙ୍କର ସମ୍ମାନ ଏବଂ ପ୍ରେମ ମିଳିବ ।
ତୁଳା: ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ କରିବା ଶୁଭ ପ୍ରମାଣିତ ହୋଇପାରେ । ବେପାର ବାଣିଜ୍ୟରେ ବୃଦ୍ଧି ସହ କାର୍ଯ୍ୟରେ ସଫଳତାର ରାସ୍ତା ଖୋଲିଯିବ । ବୈବାହିକ ଜୀବନରେ ଖୁସି ବଢିପାରେ । ବହୁ ସମୟରୁ ଚାକିରି ପାଇଁ ଲାଗିଥିବା ଲୋକେ ସଫଳତା ପାଇବେ ।