fbpx

ଡାଇବେଟିସକୁ କଣ୍ଟ୍ରୋଲ କରିପାରେ ଆମ୍ବପତ୍ର, ଏହି ଉପାୟରେ କରନ୍ତୁ ସେବନ

ନୂଆଦିଲ୍ଲୀ: ଆଜିକା ସମୟରେ ଡାଇବେଟିସ ଏକ ସାଧାରଣ ରୋଗ ପାଲଟିଗଲାଣି । ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ଆକ୍ରନ୍ତ ହେଉଛନ୍ତି । ଡାଇବେଟିସ ରୋଗୀଙ୍କ ପାଇଁ ସାଧାରଣ ଜୀବନ ଅତିବାହିତ କରିବା ସହଜ ହୋଇନଥାଏ । ଏମିତି ସମୟରେ ଡାଇବେଟିସ ରୋଗୀଙ୍କ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଅଧିକ ଜରୁରୀ ହୋଇପଡ଼ିଥାଏ । ସାଧାରଣତଃ ଡାଇବେଟିସ୍ ରୋଗୀଙ୍କୁ ଖାଦ୍ୟରେ ସେହି ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଥାଏ ଯାହା ଶରୀରର ରକ୍ତ ଶର୍କରାକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ମଧୁମେହ ପାଇଁ ଏହିଭଳି ଏକ ଉପାଦାନ ହେଉଛି ଆମ୍ବପତ୍ର ।

ଆମ୍ବକୁ ଫଳର ରାଜା ବୋଲି କୁହାଯାଏ । ଖରାଦିନେ ଏହା ଲୋକଙ୍କ ଘରେ ଘରେ ଏହି ଦେଖିବାକୁ ମିଳେ । ଉଭୟ କଞ୍ଚା ଏବଂ ପାଚିଲା ଆମ୍ବକୁ ଖାଦ୍ୟରେ ବ୍ୟବହାର କରାଯାଏ । ବିଭିନ୍ନ ପ୍ରକାର ଚଟନୀ, ଆଚାର ଏବଂ ସସ୍ ତିଆରି ପାଇଁ ମଧ୍ୟ ଆମ୍ବକୁ ବ୍ୟବହାର କରାଯାଇଥାଏ । ତେବେ କ’ଣ ଆପଣ ଜାଣନ୍ତି ଯେ ଆମ୍ବପତ୍ର ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ବେଶ୍ ଲାଭଦାୟକ ହୋଇଥାଏ ଏହି ଆମ୍ବପତ୍ର ସେବନ ଦ୍ୱାରା ଡାଇବେଟିସ ରୋଗୀଙ୍କ ରକ୍ତ ଶର୍କରା ହ୍ରାସ ପାଇଥାଏ । ଖାଲି ସେତିକି ନୁହେଁ ଏହାର ଅନେକ ଗୁଣ ରହିଛି । ଯାହା ସ୍ୱାସ୍ଥ୍ୟ ସହିତ ଚର୍ମ ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଆମ୍ବପତ୍ରରେ ଭିଯାମିନ ଏ, ଭିଟାମିନ ବି ଏବଂ ଭିଟାମିନ ସି ଭଳି ପୁଷ୍ଟିକର ତତ୍ତ୍ୱ ରହିଥାଏ ।

ନୂଆ ଆମ୍ବ ପତ୍ର ଲାଲ କିମ୍ବା ବାଇଗଣୀ ରଙ୍ଗର ହୋଇଥାଏ କିନ୍ତୁ ସମୟ ସହିତ ବଢ଼ିବା ସହ ଏହା ଗାଢ଼ ସବୁଜ ରଙ୍ଗର ହୋଇଥାଏ । ଏହି ଆମ୍ବପତ୍ରରେ ଫ୍ଲାଭୋନଏଡ ଏବଂ ଫେନୋଲ ଅଧିକ ମାତ୍ରାରେ ଥାଏ ଏବଂ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ଭରପୁର ରହିଥାଏ । ଏହି ଆମ୍ବପତ୍ରର ପାଉଡର ପ୍ରସ୍ତୁତ କରାଯାଇଥାଏ । ଆମ୍ବପତ୍ରକୁ ସିଝାଇ ଏହାର ପାଣିକୁ ସେବନ କରାଯାଇଥାଏ । ଆମ୍ବପତ୍ରକୁ କଞ୍ଚା ମଧ୍ୟ ଖାଇପାରିବେ । ବିଭିନ୍ନ ଚିକିତ୍ସା ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଇପାରେ ।

ଆମ୍ବ ପତ୍ରରେ ଇନସୁଲିନ୍ ବଢ଼ାଇବାରେ ସାହାଯ୍ୟ କରେ  । ଫଳରେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ । ଆମ୍ବ ପତ୍ରରେ ପେକ୍ଟିନ୍, ଭିଟାମିନ୍ ସି ଏବଂ ଫାଇବର ପ୍ରଚୁର ପରିମାଣରେ ଥାଏ ଏହା ଉଭୟ ମଧୁମେହ ଏବଂ କୋଲେଷ୍ଟ୍ରଲ ପାଇଁ ଭଲ ।

ଏଭଳି କରିପାରିବେ ସେବନ:

  • ୧୦-୧୫ ଆମ୍ବ ପତ୍ରକୁ ନରମ ହେବା ପର୍ଯ୍ୟନ୍ତ ପାଣିରେ ଫୁଟାନ୍ତୁ
  • ପତ୍ରଗୁଡିକ ପୁରା ଫୁଟିବା ପରେ ରାତିସାରା ଥଣ୍ଡା ହେବାକୁ ଦିଅନ୍ତୁ
  • ଏହାପରେ ସେହି ପତ୍ରଫୁଟା ପାଣିକୁ ଛାଣି ସକାଳେ ଖାଲି ପେଟରେ ପିଅନ୍ତୁ
  • ଯଦି ଆପଣ ଏହି ମିଶ୍ରଣକୁ ପ୍ରତିଦିନ ସକାଳେ କିଛି ମାସ ପିଅନ୍ତି, ତେବେ ଆପଣଙ୍କ ରକ୍ତରେ ଶର୍କରା ସ୍ତର ଉପରେ ଏହାର ସକରାତ୍ମକ ପ୍ରଭାବ ପଡିବ
  • ସକାଳେ ଖାଲି ପେଟରେ ଅଳ୍ପ କଞ୍ଚା ଆମ୍ବପତ୍ର ଖାଇବା ମଧ୍ୟ ଭଲ ।

Get real time updates directly on you device, subscribe now.