fbpx

ମଣିପୁର ହିଂସା ପଛରେ ମିଆଁମାର ପ୍ରବାସୀ; ବାୟୋମେଟ୍ରିକ୍ ସଂଗ୍ରହ ଆରମ୍ଭ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ବେଆଇନ୍ ମିଆଁମାରରୁ ଭାବେ ରାଜ୍ୟକୁ ପଶି ଆସିଥିବା ପ୍ରବାସୀ ମାନଙ୍କର ବାୟୋମେଟ୍ରିକ୍ ସଂଗ୍ରହ କରିବା ଆରମ୍ଭ କରିଛନ୍ତି ମଣିପୁର ସରକାର। ରାଜ୍ୟରେ ଘଟିଥିବା ଜାତିଗତ ସଂଘର୍ଷରେ ନାର୍କୋ ଆତଙ୍କବାଦ ବ୍ୟତୀତ ମିଆଁମାରରୁ ବେଆଇନ ପ୍ରବାସୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ।

ତେବେ ଏହି ପ୍ରବାସୀ ମାନଙ୍କର ବାୟିମେଟ୍ରିକ ସଂଗ୍ରହ ପ୍ରକ୍ରିୟା ସେପ୍ଟେମ୍ବର ଶେଷ ଆଡ଼କୁ ସରିବ ବୋଲି ରାଜ୍ୟ ଗୃହ ବିଭାଗ ସୂଚନା ଦେଇଛି । କେନ୍ଦ୍ର ଗୃହମନ୍ତ୍ରଳାୟ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନ୍‌ସିଆରବି)ର ଏକ ଟିମ୍ ମିଣିପୁରକୁ ପଠାଇଛନ୍ତି । ଯେଉଁମାନେ ବେଆଇନ ପ୍ରବାସୀ ମାନଙ୍କର ବାୟୋମେଟ୍ରିକ୍ ସଂଗ୍ରହ କରିବା ପାଇଁ ରାଜ୍ୟ ।ଧିକାରୀ ମାନଙ୍କୁ ଟ୍ରେନିଂ ଦେବେ । ମେ ୩ ତାରିଖରୁ ମଣିପୁରରେ ଜାତିଭିତ୍ତିକ ଭୟଙ୍କର ହିଂସା ଲାଗି ରହିଛି ।

ପୁର୍ବରୁ କେନ୍ଦ୍ର ସରିକାର ମଣୀପୁ ଏବଂ ମିଜୋରମକୁ ବାୟୋମେଟ୍ରିକ ସଂଗ୍ରହ କରିବାକୁ ନିର୍ଦେଶ ଦେଇଥିଲେ । ରାଜ୍ୟରେ ହୋଇଥିବା ହିଂସାରେ ପ୍ରାୟ ୭ ଜଣ ମିଆଁମାର ପ୍ରବାସୀ ଗୁଳି ବାଜିବା ଏବଂ ବିସ୍ପୋରଣରେ ଆହତ ହୋଇ ଚୁରଚନ୍ଦ୍ରପୁର ଜିଲ୍ଲା ମେଡିକାଲରେ ଚିକିତ୍ସତ ହେଉଛନ୍ତି । ଯେଉଁଠାରେ କୁକୀ ସଂପ୍ରଦାୟର ମାତ୍ରାଧିକ ସଂଖ୍ୟାରେ ରହୁଛନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍ ସିଂ କହିଛନ୍ତି ଯେ, ଜଙ୍ଗଲ ନଷ୍ଟ, ପପି ଚାଷ ଏବଂ ଡ୍ରଗ୍ ଚାଲାଣ ପାଇଁ ମିଆଁମାର ପ୍ରବାସୀମାନେ ଦାୟୀ ।

Get real time updates directly on you device, subscribe now.