fbpx

ମଣିପୁରରେ ବିରେନ ସରକାରଙ୍କୁ ବଡ଼ ଝଟକା, ଏନ୍‌ଡିଏ ସହଯୋଗୀ ପ୍ରତ୍ୟାହାର କଲା ସମର୍ଥନ

ନୂଆଦିଲ୍ଲୀ: ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ଙ୍କ ସରକାରକୁ ବଡ଼ ଝଟକା ଲାଗିଛି । ଏନ୍‌ଡିଏ ସହେଯାଗୀ କୁକୀ ପିପୁଲ୍ସ ଆଲିଏନ୍ସ ସରକାରରୁ ସମର୍ଥନ ଫେରାଇ ନେଇଛି । ରବିବାର ପାର୍ଟି ଏହି ନିଷ୍ପତି ଘୋଷଣା କରିଛି । ମଣୀପୁରରେ ଗତ ମଇ ମାସରୁ ହିଂସା ଲାଗି ରହିଛି । ରାଜ୍ୟରେ ଜାରି ହିଂସା ଏବଂ ତିନି ମାସ ପରେ ସ୍‌ଥିତିରେ ସାମାନ୍ୟ ସୁଧାର ଆସିବା ମଧ୍ୟରେ ପାର୍ଟି ଏହି ନିଷ୍ପତି ନେଇଛି । ରାଜ୍ୟ ସରକାରରେ କୁକୀ ପିପୁଲ୍ସ ଆଲିଏନ୍ସରେ ଦୁଇ ବିଧାୟକ ରହିଛନ୍ତି ।

କୁକି ପିପୁଲ୍ସ ଆଲାଏନ୍ସ ଏହି ନିଷ୍ପତ୍ତି ନେଇଛି ଯେଉଁ ସମୟରେ ବିଧାନସଭା ଅଧିବେଶନ ୨୧ ଅଗଷ୍ଟରୁ ଆରମ୍ଭ ହୋଇପାରେ। ମଣିପୁର କ୍ୟାବିନେଟ୍ ଅଗଷ୍ଟ ୨୧ ରୁ ବିଧାନସଭା ଅଧିବେଶନ ଡକାଇବାକୁ ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ସୁପାରିଶ କରିଥିଲେ, କିନ୍ତୁ ଅଧିକାଂଶ କୁକି ବିଧାୟକ ଏହି ଅଧିବେଶନରେ ଯୋଗଦେବା ସମ୍ଭବ ରହିଛି।

ଏହାପୂର୍ବରୁ କୁକି ପିପୁଲ୍ସ ଆଲାଏନ୍ସର ସଭାପତି ଟୋଙ୍ଗମାଙ୍ଗ ହାକିପ କହିଥିଲେ ଯେ ରାଜ୍ୟରେ ଚାଲିଥିବା ହିଂସା ତଥା ପୃଥକ ପ୍ରଶାସନ ସମ୍ପର୍କରେ କୁକି ସମ୍ପ୍ରଦାୟର ଦାବି ଉପରେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ତେଣୁ ଆଗାମୀ ବିଧାନସଭାରେ ଯୋଗଦାନ ସମ୍ଭବ ନୁହେଁ।

Get real time updates directly on you device, subscribe now.