fbpx
BSKY
BJD MC SKY
BJD MS SKY

ଥମୁନି ମଣିପୁର ରକ୍ତପାତ: ପୁଣି ୪ ଜଣଙ୍କୁ ନିର୍ମମ ହତ୍ୟା, ଗୁଳି କରି ମୁଣ୍ଡ କାଟି ନେଲେ

ମଣିପୁର: ମଣିପୁର ହିଂସାକୁ ନେଇ ଥମୁନି ରକ୍ତପାତ । ଦିନକୁ ଦିନ ହତ୍ୟା ଏବଂ ହିଂସ୍ରତା ବୃଦ୍ଧି ପାଇବାରେ ଲାଗିଛି । ଆଜି ନିକଟସ୍ଥ ବିଷ୍ଣୁପୁର-ଚୁରଚାନ୍ଦପୁର ସୀମାନ୍ତରେ ବର୍ବର କାଣ୍ଡ ଘଟିଯାଇଥିବା ଦେଖିବାକୁ ମିଳିଛି । ଏହି ମାମଲାକୁ ନେଇ ପୁଣି ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ କାଟି ଦିଆଯାଇଛି । ଏହାବ୍ୟତୀତ ଆଉ ୫ ଜଣ ଲୋକ ମଧ୍ୟ ଏହି ରକ୍ତାକ୍ତ ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କୁମ୍ବି ବିଧାନସଭା କ୍ଷେତ୍ର ଅଧୀନସ୍ଥ ଏକ ଅଞ୍ଚଳରେ ଏଭଳି ରକ୍ତପାତ ହୋଇଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ବିରେନ ସିଂହ ନିଜେ ହିଂସାକାଣ୍ଡ ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହ ସ୍ଥିତି ପରୀକ୍ଷା କରିଛନ୍ତି ।

Get real time updates directly on you device, subscribe now.