fbpx

ମଣିପୁରରେ ପୁଣି ଭୟଙ୍କର ହିଂସାକାଣ୍ଡ: ଗୁଳିମାଡ଼ରେ ୯ ଜଣଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ହଂସାକାଣ୍ଡ ଦେଖିବାକୁ ମିଳିଛି । ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶରୀରରେ ଗୁଳିର ଚିହ୍ନ ରହିଥିବା ଦେଖିବାକୁ ମିଳିଛି । କିଛି ଆହତଙ୍କୁ ଚିକିତ୍ସା ପାଇଁ ଇମ୍ଫାଲ ସ୍ଥାନାନ୍ତର କରାଯାଇଛି । ରାଜ୍ୟର ଖମେନଲୋକ ଅଞ୍ଚଳରେ ହୋଇଥିବା ଗୁଳିମାଡ଼ରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସେନା ସୂତ୍ରରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇଥିବା ହିଂସାରେ ଜଣେ ମହିଳା ବି ପ୍ରାଣ ହରାଇଛନ୍ତି ।

ତେବେ ପୂର୍ବ-ଉତ୍ତର ରାଜ୍ୟ ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ସୃଷ୍ଟି ହେବା ପରେ କର୍ଫ୍ୟୁ କଟକଣାକୁ ବଢ଼ାଇ ଦିଆଯାଇଛି । ସଂଘର୍ଷ କାରଣରୁ ମାସାଧିକ କାଳ ମଣିପୁରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଛି । ହିଂସାକାଣ୍ଡର ମୃତାହତଙ୍କ ସମ୍ପୂର୍ଣ୍ଣ ଗତ ମାସ ୮ ତାରିଖରେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ପ୍ରଦାନ କରିଥିଲେ । ମୋଟ ୬୦ ଜଣଙ୍କର ମୃତ୍ୟୁ ଘଟିବା ସହି ୨୩୨ ଜଣ ଆହତ ହୋଇଥିଲେ । ଏଥିସହିତ ୧୭୦୦ଟି ଘର ଜଳି ପାଉଁଶ ହୋଇଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ଦୀର୍ଘଦିନ ଧରି ରାଜ୍ୟରେ ହିଂସାକାଣ୍ଡ ଲାଗି ରହିବା ପରେ ତାହା ପ୍ରଶାସନ ପାଇଁ ଚିନ୍ତା କାରଣ ପାଲଟିଥିଲା । ଏହା ମଧ୍ୟରେ ଗତ ମାସ ୩୦ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାର ପୀଡ଼ିତଙ୍କ ପାଇଁ ସମାନ କ୍ଷତିପୂରଣ ପ୍ରଦାନ କରିଥିଲେ । ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ସହିତ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହି ହିଂସାକୁ ନେଇ କେନ୍ଦ୍ର ସରକାର ଆକ୍ସନ ମୋଡ଼କୁ ଆସିଥିଲେ । ରାଜ୍ୟପାଳଙ୍କ ନେତୃତ୍ୱରେ ଗତ ୧୦ ତାରିଖରେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ବିଭିନ୍ନ ରାଜନୈତିକ ଦଳର ନେତା, ପୂର୍ବତନ ସରକାରୀ କର୍ମଚାରୀ, ଶିକ୍ଷାବିତ୍, ସାହିତ୍ୟିକ, କଳାକାର, ସାମାଜିକ କର୍ମୀ ଆଦି ସାମିଲ ହୋଇଥିଲେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.