ଦିଲ୍ଲୀ ସରକାର ୨୦୨୨-୨୩ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଦିଲ୍ଲୀରେ ଆପ୍ ସରକାର ନିଯୁକ୍ତି, ସ୍ୱାସ୍ଥ୍ୟ, ନାଇଟ ଲାଇଫ୍, ମାର୍କେଟ, ଗ୍ରୀନ ଏନର୍ଜୀ, ରିଟେଲ ସେକ୍ଟର ଉପରେ ଗୁରୁତ୍ୱ ଦେଇଛନ୍ତି । ୭୫,୮୦୦ କୋଟିର ଏହି ବଜେଟରେ ଦିଲ୍ଲୀ ସରକାର ଆଗାମୀ ୫ ବର୍ଷରେ ୨୦ ଲକ୍ଷ ଚାକିରି ଲୋକଙ୍କୁ ଦେବା ନେଇ ଲକ୍ଷ ରଖିଛି । ଦିଲ୍ଲୀ ସରକାର ନିଯୁକ୍ତିରେ ଗ୍ରୀନ ଜବ୍ସ ଉପରେ ଜୋର ଦେଉଛନ୍ତି ।
ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରାଳୟ ଦାୟିତ୍ୱରେ ସମ୍ଭାଳୁଥିବା ମନୀଷ ସିସୋଦିୟା ବଜେଟ ଉପସ୍ଥାପନ କରି କହିଛନ୍ତି ଯେ ଏହା ଆପ୍ ସରକାର ୮ମ ବଜେଟ । ଦିଲ୍ଲୀରେ ୭ ବର୍ଷରେ କ୍ରାନ୍ତିକାରୀ କାମ ହୋଇଛି । ସେ କହିଥିଲେ ଗତ ବର୍ଷ ଆପ୍ ସରକାର ଦେଶଭକ୍ତି ବଜେଟ ଉପସ୍ଥାପନ କରିଥିଲେ । ଏଥର ରୋଜଗାର ବଜେଟ ଉପସ୍ଥାପନ କରାଯାଇଛି । ସେ କହିଛନ୍ତି ସରକାରଙ୍କ ଲକ୍ଷ୍ୟ ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଏବଂ ଆଗାମୀ ୧ ବର୍ଷରେ ୧.୨୦ ଲକ୍ଷ ରୁ ଅଧିକ ନୂଆ ରୋଜଗାର ଅବସର ତିଆରି କରିବା ପାଇଁ ଆଶା ରହିଛି । ମନୀଷ ସିସୋଦିଆ କହିଛନ୍ତି ୧.୫ ଲକ୍ଷ ରୋଜଗାର ସୃଷ୍ଟି କରିବା ପାଇଁ ଆଗାମୀ ୫ ବର୍ଷରେ ଦିଲ୍ଲୀର ୫ ପ୍ରସିଦ୍ଧ ବଜାରକୁ ବିକଶିତ କରାଯିବ । ଏଥିପାଇଁ ୧୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।
ସିସୋଦିଆ କହିଛନ୍ତି ଯେ ଦେଶର ଜିଡପିରେ ଦିଲ୍ଲୀର ଅଂଶଗଅହଣ ୨୦୧୧-୧୨ ରେ ୩.୯୪ % ରୁ ବଢ଼ି ୨୦୨୧-୨୨ ରେ ୪.୨୧ % ରହିଛି । ଦିଲ୍ଲୀ ବଜେଟ ୨୦୨୨-୨୩ ରେ ନଗର ନିଗମ ପାଇଁ ୬,୧୫୪ଚ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଦିଲ୍ଲୀରେ ୨୦୨୨-୨୩ ପାଇଁ ୧୬୨୭୮ କୋଟିର ଶିକ୍ଷଶ ବଜେଟ । ୯୬୬୯ କୋଟିର ସ୍ୱାସ୍ଥ୍ୟ ବଜେଟ ଏବଂ ପରିବହନ ପାଇଁ ୯୫୩୯ କୋଟିର ବ୍ୟୟ ଅଟକଳ ହୋଇଛି ।
ବଜେଟରେ ଦିଲ୍ଳୀର ସବୁ ନାଗରିକଙ୍କ ପାଇଁ ଇ-ହେଲ୍ଥ କାର୍ଡ ଉପଲବ୍ଧ କରାଯିବା ନେଇ ମଧ୍ୟ କୁହାଯାଇଛି, ଏହା ଦ୍ୱାରା ଅଧିକ ଭଲ ଚିକିତ୍ସା ମିଳିପାରିବ ବୋଲି କୁହାଯାଇଛି ଏବଂ ଏଥିପାଇଁ ୧୬୦ କୋଟି ଟଙ୍କା ଅଟକଳ ହୋଇଛି ବୋଲି କହୁଯାଇଛି । ଏହା ସହ ଏକ ନିଶୁଳ୍କ ଫୋନ ନମ୍ବର ମଧ୍ୟ ଜାରି କରାଯିବା ନେଇ ଘୋଷଣା କରିଛନ୍ତି ଏହି ନମ୍ବରରେ ଫୋନ କରି କେହିବି ଦିଲ୍ଲୀବାସୀ ଯେକୌଣସି ରୋଗ ପାଇଁ କେଉଁଠାରେ ଚିକିତ୍ସା କରିବାକୁ ହେବ ସେନେଇ ଜାଣିପାରିବେ ।
ସେହିପରି ଦିଲ୍ଳୀ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଜୁଳି ବିଲ୍ ଉପରେ ସବସିଡି ପାଇଁ ୩୨୫୦ କୋଟିର ଅଟକଳ ରଖିଛନ୍ତି ।