fbpx

ବାବୁସାନ-ପ୍ରକୃତି ଷ୍ଟାର ବିବାଦ: ଏତଲା ପରେ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀଙ୍କ ବାପା ମନ୍ମଥ ମିଶ୍ର

ଭୁବନେଶ୍ୱର: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମାରି ଦେବା ପାଇଁ ଧମକ ଦିଆଯାଇଛି । ଖାରବେଳ ଥାନାରେ ଏତଲା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ସଂଗୀତକାର ମନ୍ମଥ ମିଶ୍ର । ଏ ନେଇ ଜଣେ ବ୍ୟକ୍ତିଙ୍କ ନାଁରେ ମନ୍ମଥ ଥାନାରେ ଅଭିଯୋଗ କରିଛନ୍ତି । କିଛି ଗୁଣ୍ଡାଙ୍କୁ ଧରି ସେମାନେ ଆକ୍ରମଣ କରିଥିବା ଥାନାରେ ଏତଲା ଦିଆଯାଇଛି । ସେପଟେ ଏହାର ଲିଗାଲ ଆକ୍ସନ ନେବା ପାଇଁ କହିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।

ଅଭିନେତା ବାବୁସାନ ଏବଂ ପ୍ରକୃତିଙ୍କ କେଳଙ୍କାରୀଙ୍କୁ ନେଇ ମନ୍ମଥ ମିଶ୍ରଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଝିଅଙ୍କ ସପୋର୍ଟରେ ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ । ପ୍ରକୃତିଙ୍କୁ ମାରି ଦେବା ପାଇଁ ଧମକ ଦିଆଯାଇଥିବା ଖାରବେଳ ଥାନାରେ ଏତଲା ଦିଆଯାଇଛି । ଏଥିସହ ଲଳିତ ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିରଛନ୍ତି ମନ୍ମଥ ମିଶ୍ର । ଲଳିତ ତାଙ୍କ ଝିଅ ଏବଂ କିଛି ଗୁଣ୍ଡା ମିଶି ପ୍ରକୃତିଙ୍କ ଉପରେ ଆକ୍ରମଣ କରିଥିବା ମନ୍ମଥ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଏହାବ୍ୟତୀତ ପ୍ରକୃତିଙ୍କୁ ଫିଜିକାଲି ଆସଲ୍ଟ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

ମନ୍ମଥ ମିଶ୍ରଙ୍କ ପରିବାରକୁ ସ୍ମାସ କରି ଦେବା ପାଇଁ ଧମକ ମିଳିଥିବା ନେଇ ସେ ତାନାରେ ଏତଲା ଦେଇଛନ୍ତି । ତେବେ ପୋଲିସକୁ ସମସ୍ତ ଅଭିଯୋଗ ଦେବା ପରେ ପ୍ରଶାସନ ପକ୍ଷରୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଅାଂଶା ରଖିଛନ୍ତି । ତେବେ ଚେନ୍ନାଇରୁ ଫେରିବା ପରେ ପ୍ରକୃତି ମାନହାନୀ ମାମଲା କରିବେ ବୋଲି ମଧ୍ୟ କହିଛନ୍ତି ବାପା ମନ୍ମଥ ମିଶ୍ର ।

Get real time updates directly on you device, subscribe now.