ବିରୋଧୀଙ୍କ ଉପରେ ବର୍ଷିଲେ ମନମୋହନ, କହିଲେ ‘ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ’

ଭୁବନେଶ୍ବର: ରାଜଧାନୀରେ କଂଗ୍ରେସର ଗର୍ଜନ ଦେଖିବାକୁ ମିଳିଛି । ଶହ ଶହ କର୍ମୀ ପଦଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାତ୍ରା କରୁଛନ୍ତି ।

ବିଧାନସଭା ଘେରାଉ ନେଇ ଚେତାବନୀ ଦେଇଛି କଂଗ୍ରେସ । ଏହାରି ଭିତରେ ଏକ ପ୍ରେସମିଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସାମ୍ବାଦିକ ସମ୍ମିଳନୀରେ ସେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।

ମନମୋହନ ସାମଲଙ୍କ କହିବା ଅନୁସାରେ, “କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ । ସେମାନେ ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି ।”

ବିରୋଧୀଙ୍କ ଆଚରଣ, ଉଚ୍ଚାରଣ ଠିକ୍ ନୁହେଁ । ବିଧାନସଭାରେ ମର୍ଯ୍ୟାଦା ରହିବା ଜରୁରୀ । ବିଜେପି ସର୍ବଦା ଗଣତନ୍ତ୍ର ଉପରେ ବିଶ୍ୱାସ କରେ । ତେଣୁ ବିରୋଧୀଙ୍କ ଦ୍ୱାରା କରାଯାଉଥିବା ଏହି ସବୁ କାମ ଗଣତନ୍ତ୍ର ପାଇଁ ଶୁଭ ନୁହେଁ  ବୋଲି କହିଲେ ମନମୋହନ ସାମଲ ।

ବୁଧବାର କଂଗ୍ରେସ ପ୍ରେସମିଟ୍‌ କରି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଉପରେ ବର୍ଷିଛନ୍ତି ।