fbpx

କରୋନା ଆମ ଧୈର୍ଯ୍ୟର ପରୀକ୍ଷା ନେଉଛି : ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୨୫ । ୪ (ଓଡିଶା ଭାସ୍କର) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ରେ ଦେଶକୁ ସମ୍ବୋଧନ କରିଛନ୍ତି । ଦେଶର ଜନାତାଙ୍କ ସହିତ କରୋନା ସଂକ୍ରମଣ ଏବଂ କରୋନା ଟିକା ଓ ଅକ୍ସିଜେନ୍ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଯେଉଁଭଳି ଭାବେ କରୋନା ସଂକ୍ରମଣ ବଢିବାରେ ଲାଗିଛି ସେହିଭଳି ଭାବେ ଲୋକମାନେ ମଧ୍ୟ ଭଲ ହେବାରେ ଲାଗିଛନ୍ତି । କରୋନା ଆମ ଧୈର୍ଯ୍ୟର ପରୀକ୍ଷା ନେଉଛି । ତେଣୁ କରୋନା ଭାଇରସକୁ ଆମେ ଡରିବା ଦରକାର ନାହିଁ ବରଂ ଏହା ପାଇଁ ଅଧିକ ସତର୍କ ରହିବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ଲଢାଇରୁ ଜିତିବା ପାଇଁ ହେଲେ ଏକ୍ସପର୍ଟ ଏବଂ ବୈଜ୍ଞାନିକଙ୍କ ଉପେଦଶକୁ ପ୍ରାଥମିକ ଦେବାକୁ ପଡିବ । ରାଜ୍ୟ ସରକାରଙ୍କ ପ୍ରୟାସକୁ ଆଗକୁ ବଢାଇବା ପାଇଁ ଭାରତ ସରକାର ପୁରା ସେମାନଙ୍କ ସହିତ ରହିଛି । ରାଜ୍ୟ ସରାକାର ବି ତାଙ୍କର ସମସ୍ତ ଦାୟୀତ୍ୱ ଠିକ୍ ଭାବେ ତୁଲାଇବା ଲାଗି ଚେଷ୍ଟା ଜରି ରଖିଛନ୍ତି । ମୁଁ ଆପଣମାନଙ୍କୁ କହି ରଖିୁଛି କି ଯଦି ଆପଣମାନଙ୍କୁ କରୋନା ବିଷୟରେ କିଛି ଜାଣିବାର ଅଛି ତେବେ ସଠିକ୍ ଜାଗୁରୁ ତଥ୍ୟ ଗ୍ରହଣ କରନ୍ତୁ ନହେଲେ ଆପଣଙ୍କ ଫ୍ୟାମିଲ୍ କିମ୍ବା ଆଖପାଖରେ ଥିବା ଡାକ୍ତରଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କରୋନା ସଙ୍କଟ ସମୟରେ ଭ୍ୟାକସନର ମହତ୍ତ୍ୱ ସମସ୍ତଙ୍କୁ ଜଣା ଅଛି । ତେଣୁ କରି ଭ୍ୟାକସିନ ପାଇଁ ଯଦି କେହି ଭୁଲ ତଥ୍ୟ ପ୍ରଚାର କରୁଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । କେନ୍ଦ୍ର ସରକାରଙ୍କ ତରଫରୁ ସବୁ ରାଜ୍ୟକୁ ଫ୍ରି ଭ୍ୟାକସିନ୍ ଯୋଗ ଯାଉଛି । ଯାହାର ଲାଭ ୪୫ ବର୍ଷରୁ ଅଧିକ ଲୋକ ଉଠାଇ ପାରିବେ । ଏହାବ୍ୟତୀତ ମେ’ ୧ ତାରିଖ ଠାରୁ ୧୮ ବର୍ଷରୁ ଅଧିକ ଲୋକ ନେଇପାରିବେ । କେନ୍ଦ୍ର ସରକାରଙ୍କ ଏହୀ ଫ୍ରି ଭ୍ୟାକସିନ୍ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.