ବିଧାନସଭା ସଚିବାଳୟରେ ବ୍ୟାପକ ନିଯୁକ୍ତି, ସବିଶେଷ ବିବରଣୀ ପାଇଁ ଏଥିରେ ରହିଛି ସବୁ ସୂଚନା

ନୂଆଦିଲ୍ଲୀ- ସରକାରୀ ଚାକିରି ଚାହୁଁଥିଲେ ଆପଣଙ୍କ ପାଇଁ ଆସିଛି ବଡ ମୌକା । ବିଧନସଭାରେ ବାହାରିଛି ଅନେକ ପୋଷ୍ଟ । ବିଧାନସଭା ସଚିବାଳୟରେ କାମ କରିବାକୁ ଇଛା ରଖୁଥିଲେ ଥରେ ତାର ଅଫିସିଆଲ ୱେବସାଇଟ ଭିଜିଟ କରିନିଅନ୍ତୁ । ଅନେକ ଚାକିରି ପାଇଁ ଆବେଦନ ମଗାଯାଇଛି । ଏଥିପାଇଁ ବିହାର ବିଧାନସଭାର ୱେବସାଇଟ vidhansabha.bih.nic.inକୁ ଯାଇ ବାହାରିଥିବା ପଦର ସବୁଶେଷ ତଥ୍ୟ ସଂଗ୍ରହ କରି ନିଅନ୍ତୁ ।
ବିହାର ବିଧାନସଭା ସଚିବାଳୟ ଭର୍ତ୍ତି ପାଇଁ ବାହାରିଥିବା ପଦରେ ସୁରକ୍ଷା ଗାର୍ଡ, ଡାଟା ଏଣ୍ଟ୍ରି ଅପରେଟର, ଡ୍ରାଇଭର, ଅଫିସ ଆଟେଡାଣ୍ଟ, ସହାୟକ ଶାଖା ଅଧିକାରୀ, ଜୁନିୟର କ୍ଲର୍କ, ରିପୋର୍ଟର, ପର୍ସନାଲ ଆସିଣ୍ଟାଣ୍ଟ ପରି ବହୁ ପଦ ପାଇଁ ଆବେଦନ ପତ୍ର ମଗାଯାଇଛି । ମୋଟ ୧୮୩ ପଦ ପାଇଁ ନିଯୁକ୍ତି ହେବ । ତେଣୁ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ୱେବସାଇଟ vidhansabha.bih.nic.inରେ ଆବେଦନ କରିପାରିବେ ।
ଏହି ପଦଗୁଡିକ ପାଇଁ ଆବେଦନର ଆବେଦନର ଶେଷ ତାରିଖ ୧୩ ଡିସେମ୍ବର ରଖା ଯାଇଛି । ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଆବେଦନ ପତ୍ର ମଗାଯାଇଛି ।

ଏହି ସବୁ ପଦ ପାଇଁ ଆଶାୟୀଙ୍କ ଶିକ୍ଷାଗତ ଯୋଗ୍ୟତା ୧୦ ବା ୧୨ ପାସ ହୋଇଥିବା ଦରକାର । ତେବେ କିଛି ପଦ ପାଇଁ ଆବେଦକଙ୍କ ଯୋଗ୍ୟତା ସ୍ନାତକ ମଧ୍ୟ ହେବା ଦରକାର । ଡାଟା ଏଣ୍ଟ୍ରି ଅପରେଟର ପାଇଁ ପରୀକ୍ଷାର୍ଥୀ ଗ୍ରାଜୁଏଟ ହୋଇଥିଲେ । କମ୍ପ୍ୟୁଟରରେ ସାର୍ଟିଫିକେଟ ହାସଲ କରିବ ମଧ୍ୟ ଜରୁରୀ । ଏଥିସହ ହିନ୍ଦୀ ଟାଇପିଙ୍ଗ ସ୍ପିଡ ୩୦ ପ୍ରତି ମିନିଟ ଓ ଇଂରାଜୀରେ ୪୦ ଶବ୍ଦ ପ୍ରତି ମିନିଟ ହେବା ଦରକାର ।