fbpx

ଅଚଳ ହୋଇଯାଇଥିଲା ଦୁନିଆର ଅନେକ ୱେବସାଇଟ, କ’ଣ ଅଟେ କ୍ଲାଉଡଫେୟର ଆଉଟରେଜ, ଯାହାର ଡାଉନ ହେବା ଫଳରେ….

ଓଡିଶା ଭାସ୍କର: ମାଇକ୍ରୋସଫ୍ଟର ସର୍ଭର ଡାଉନ ହେବା ଫଳରେ ସାରା ବିଶ୍ୱରେ ଦୁନିଆ ଧୀର ଗତିରେ ଚାଲୁଛି । ମାଇକ୍ରୋସଫ୍ଟର ଠପ ହେବା କାରଣରୁ ବିମାନ ସଞ୍ଚାଳନ ଅଟକିଯାଇଛି । ବ୍ୟାଙ୍କ ତଥା ଆଇଟି ସମେତ ଅନେକ ସଂସ୍ଥାନ ପ୍ରଭାବିତ ହୋଇଛନ୍ତି । ଏହାବାଦ ଭାରତ ସମେତ ଅନେକ ଦେଶରେ କାମ ଅଟକିଯାଇଛି । ତେବେ କିଛି ବର୍ଷ ପୂର୍ବରୁ ଏମିତି ଏକ କ୍ଲାଉଡଫେୟର ଆଉଟରେଜ ହୋଇଥିଲା । ଯାହାଦ୍ୱାରା ବିଶ୍ୱର ଅନେକ ୱେବସାଇଟ ଠପ ହୋଇଥିଲା ସେହିସମୟରେ ଆଜି ଭଳି ।

ବର୍ତ୍ତମାନ ବିଶ୍ୱର ସବୁଠୁ ଅନେକ ଡାଟା ଇଣ୍ଟରନେଟ ସର୍ଭରେ ମହଜୁତ ରହେ । ମାଇକ୍ରୋସଫ୍ଟ ଭଳି ଦୁନିଆର କୌଣସି ବି ବଡ ୱେବସାଇଟସ ବା ସର୍ଚ୍ଚ ଇଞ୍ଜିନ ଉପରେ ବାଧକ ଆସିଲେ ଦୁନିଆର ଗତି ମଧ୍ୟ ଶୀଥିଳ ହୋଇଯାଏ । କହିରଖୁ, ଜୁନ ୨୦୨୧ ଓ ୨୦୨୨ ମସିହାରେ ବିଶ୍ୱରେ କ୍ଲାଉଡଫେୟର ଆଉଟରେଜ କାରଣରୁ ଅନେକ ୱେବସାଇଟ କାମ କରିବା ବନ୍ଦ ହୋଇଯାଇଥିଲା । ଏହା ସ୍ପଟିଫାଇ, ପିନଟ୍ରଷ୍ଟସ, ଟୱିଚ, ରେଡିଟ ଉପରେ ବେଶ୍ ପ୍ରଭାବ ପକାଇଥିଲା । ଏହାବାଦ ସମାଚାର ପୋର୍ଟାଲ ସିଏଏନ, ଫାଇନେନସିଆଲ ଟାଇମ୍ସ, ଦ ଗାର୍ଜିୟାନ, ବିବିସି, ନ୍ୟୁୟର୍କ ଟାଇମ୍ସ ଭଳି ଅନେକ ସମାଚାର ୱେବସାଇଟ ବହୁତ ସମୟଧରି ଡାଉନ ହୋଇଯାଇଥିଲା ।

କ୍ଲାଉଡଫେୟର ଏକ କଣ୍ଟେଣ୍ଟ ଡେଲିଭରି ନେଟୱର୍କ (CDN) ଅଟେ । ଏହାକୁ କଣ୍ଟେଣ୍ଟ ଡିଷ୍ଟ୍ରିବ୍ୟୁସନ ନେଟୱର୍କ ମଧ୍ୟ କୁହାଯାଏ । ଏହି ନେଟୱର୍କରେ ହିଁ ଜଣେ କୌଣସି ୱେବସାଇଟ ସହ ଜଡିତ ହୋଇପାରେ । ସାଧାରଣଭାବରେ ଏହା ଅନେକ ସର୍ଭରକୁ ଏକାସାଙ୍ଗେ ଜଡିଥାଏ । ସିଡିଏନ (CDN) ର ମୁଖ୍ୟକାର୍ଯ୍ୟ ହେଉଛି ୟୁଜରଙ୍କୁ ନିକଟସ୍ଥ ନେଟୱର୍କ ସହ ଜଡିତ କରି ତାହାକୁ ଶୀଘ୍ରତାର ସହ କଣ୍ଟେଣ୍ଟ ବା ବିଷୟବସ୍ତୁ ପରଷିବା ।

Get real time updates directly on you device, subscribe now.