fbpx

ଲାଲବାହିନୀର ବର୍ବର କାଣ୍ଡ: ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ଡାକି ନେଇ ଗୁଳି କରି ହତ୍ୟା କଲେ ମାଓବାଦୀ

ରାୟଗଡ଼ା, (ଭାସ୍କର ନ୍ୟୁଜ୍‌): ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମରେ ମାଓବାଦୀମାନେ ଘଟାଇଛନ୍ତି ବର୍ବର କାଣ୍ଡ । ପୋଲିସକୁ ସୂଚନା ଦେଉଥିବା ଅଭିଯୋଗ ଆଣି ଟିକରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ଘରୁ ଡାକି ନେଇ ଗୁଳି କରି ଦେଇଛନ୍ତି ମାଓବାଦୀ । ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୧୦ରୁ ଅଧିକ ନକ୍ସଲ ଟିକରପଡ଼ାରେ ପହଞ୍ଚି ସନ୍ତୋଷଙ୍କ କବାଟ ବାଡ଼େଇ ତାଙ୍କୁ ଡାକି ନେଇଥିଲେ । କିଛି ଦୂର ଯିବା ପରେ ଗାଁ ଦାଣ୍ଡରେ ସେମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ମୃତଦେହ ନିକଟରୁ ୨ଟି ହାତଲେଖା ଚିଠି ମିଳିଛି । ପୋଲିସକୁ ସୂଚନା ଦେଉଥିବା ଅଭିଯୋଗରେ ସନ୍ତୋଷଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛ।

Get real time updates directly on you device, subscribe now.