fbpx

ଦୁର୍ଦ୍ଦାନ୍ତ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି, ୧୨ା୨(ଓଡ଼ିଶା ଭାସ୍କର): ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହବିକାର ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆନ୍ଧ୍ର-ଓଡ଼ିଶା ବର୍ଡ଼ର ଜୋନାଲ କମିଟିରେ ସକ୍ରିୟ ଥିଲା ଜିପ୍ରୋ । ଜିପ୍ରୋ ନାମରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଥିଲା । ଆରୁକୁ ବିଧାୟକଙ୍କ ହତ୍ୟା ମାମଲାରେ ଜିପ୍ରୋ ସମ୍ପୃକ୍ତ ଥିଲା । ଯୋଡ଼ାମ୍ବ ଗାଁ ଆକ୍ରମଣ ଘଟଣାରେ ମାଡ଼ ଖାଇଥିଲା ଜିପ୍ରୋ । ମାଓବାଦୀଙ୍କୁ ଆକ୍ରମଣ ପରେ ପୋଲିସ ଆଗରେ ଆତ୍ମସମର୍ପଣ କରିଛି ଜିପ୍ରୋ । ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଦେଖି ଆତ୍ମସମର୍ପଣ କରିଛି ଜିପ୍ରୋ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.