ଜୁକରବର୍ଗଙ୍କ Metaରେ ହେବ ଭୟଙ୍କର ଛଟେଇ: ୩୦୦୦ ଲୋକ ହୋଇଯିବେ ବେରୋଜଗାର, କାହିଁକି ବହିଷ୍କାର କରୁଛି କମ୍ପାନୀ?

ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟାରେ ପୁଣି ଥରେ ବଡ଼ ଧରଣର ଛଟେଇ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ, ସିଇଓ ମାର୍କ ଜୁକରବର୍ଗଙ୍କ ନେତୃତ୍ୱରେ କମ୍ପାନୀ ଆସନ୍ତା ସପ୍ତାହରେ ୩,୬୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି ।

ମେଟା ନିକଟରେ ଘୋଷଣା କରିଛି ଯେ କମ୍ପାନୀର ୫% “ଲେଏଷ୍ଟ ପରଫର୍ମର୍ସ’(ସବୁଠାରୁ କମ୍ ପ୍ରଦର୍ଶନ କରିଥିବା କର୍ମଚାରୀ) କର୍ମଚାରୀଙ୍କୁ ଛଟେଇ କରାଯିବ । ଅର୍ଥାତ୍, ଯେଉଁ କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ଆଶାନୁରୂପ ହୋଇନାହିଁ, ସେମାନେ ଏହି ଛଟେଇର ଶିକାର ହୋଇପାରନ୍ତି ।

କେଉଁ ଦେଶରେ କର୍ମଚାରୀ ଛଟେଇ ହେବ?
ରିପୋର୍ଟ ଅନୁଯାୟୀ, ଆମେରିକା ସମେତ ଅନେକ ଦେଶରେ କର୍ମଚାରୀ ଛଟେଇ ପ୍ରକ୍ରିୟା ସୋମବାର (ସ୍ଥାନୀୟ ସମୟ) ସକାଳ ୫ଟାରୁ ଆରମ୍ଭ ହେବ । ଅବଶ୍ୟ ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ନେଦରଲ୍ୟାଣ୍ଡ ଭଳି ଦେଶରେ କୌଣସି ଛଟେଇ ହେବ ନାହିଁ କାରଣ ସେଠାକାର ସ୍ଥାନୀୟ ଶ୍ରମ ଆଇନ ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦିଏ ନାହିଁ । ସେହିପରି ୟୁରୋପ, ଏସିଆ ଏବଂ ଆଫ୍ରିକାର ଅନେକ ଦେଶରେ ଫେବୃଆରୀ ୧୧ ରୁ ଫେବୃଆରୀ ୧୮ ମଧ୍ୟରେ କର୍ମଚାରୀମାନଙ୍କୁ ନୋଟିସ ପଠାଯିବ ।

ନୂଆ ଇଞ୍ଜିନିୟରମାନଙ୍କୁ ଦିଆଯିବ ନିଯୁକ୍ତି:
ଛଟେଇ ସତ୍ତେ୍ୱ, ମେଟା ତାର କର୍ମଚାରୀମାନଙ୍କୁ ପଠାଯାଇଥିବା ଏକ ଆଭ୍ୟନ୍ତରୀଣ ମେମୋରେ କହିଛି ଯେ କମ୍ପାନୀ ମେସିନ୍ ଲର୍ନିଂ ଇଞ୍ଜିନିୟରମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଯାଉଛି । ମନିଟାଇଜେସନ୍ ଦଳର ଉପାଧ୍ୟକ୍ଷ ପେଙ୍ଗ୍ ଫାନ୍ କର୍ମଚାରୀମାନଙ୍କୁ ନୂତନ ନିଯୁକ୍ତିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା କମ୍ପାନୀ ଏହାର ୨୦୨୫ ପ୍ରାଥମିକତା ଅନୁଯାୟୀ ଆଗକୁ ବଢ଼ିପାରିବ ।

ଏଥର, କର୍ମଚାରୀ ଛଟେଇ ପ୍ରକ୍ରିୟା ଭିନ୍ନ ହେବ । କମ୍ପାନୀ କହିଛି ଯେ ଏହି ସମୟ ମଧ୍ୟରେ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ ଏବଂ ପୂର୍ବ ପରି କୌଣସି ଅପଡେଟ୍ ଦିଆଯିବ ନାହିଁ । ଏହାର ଅର୍ଥ ହେଉଛି ପ୍ରଭାବିତ କର୍ମଚାରୀଙ୍କୁ ସିଧାସଳଖ ନୋଟିସ୍ ପଠାଯିବ ଏବଂ କମ୍ପାନୀ ଏହାର କୌଣସି ଉତ୍ତର ଦେବ ନାହିଁ ।