fbpx

ଦ୍ୱିତୀୟ ବିବାହ ରୋକିବାକୁ ଆରମ୍ଭ ହେଉଛି ପ୍ରୟାସ: ଆଧାର କାର୍ଡ ସହ ସଂଯୋଗ କରାଯିବ ବିବାହ ପ୍ରମାଣପତ୍ର

ଭୁବନେଶ୍ୱର: ଏଣିକି ରାଜ୍ୟରେ ଦ୍ୱିତୀୟ ବିବାହ ମାମଲା ଉପରେ ରୋକ ଲାଗି ପାରେ । ପ୍ରଥମ ବିବାହ ରଦ୍ଦ ହେବା ପୂର୍ବରୁ ଅନ୍ୟ ଏକ ବିବାହ କରିବା ଦ୍ୱାରା ଆଇନ ଅନୁସାରେ ମିଳିପାରେ ଦଣ୍ଡ । ପ୍ରଥମ ପତି ବା ପତ୍ନୀ ଥିଲେ ଦ୍ୱିତୀୟ ବିବାହ କରିବା ଏକ ଅପରାଧିକ ମାମଲାରେ ଗଣା ଯାଇପାରେ । କାରଣ ଏଣିକି ଆଧାର କାର୍ଡ ସହ ସଂଯୋଗ କରାଯିବ ବିବାହ ପ୍ରମାଣପତ୍ର । ରାଜ୍ୟର ସମସ୍ତ ବିବାହିତ ବ୍ୟକ୍ତିଙ୍କ ପାଇଁ ଏହା ଏକମାତ୍ର ପ୍ରମାଣ ଭାବରେ ବିଚାର କରାଯିବ । ଏଭଳି ବ୍ୟବସ୍ଥା ଆଣିବା ପାଇଁ ରାଜ୍ୟ ମହିଳା ଆୟୋଗ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ଦ୍ୱିତୀୟ ବିବାହକୁ ନେଇ ଅନେକ ମାମଲା ଦେଖିବାକୁ ମିଳୂଛି । ପ୍ରଥମ ଜୀବନସାଥୀ ଥାଇ ମଧ୍ୟ ଦ୍ୱିତୀୟ ପତି/ପତ୍ନୀଙ୍କୁ ବିବାହ କରି ନେଉଛନ୍ତି । ଯାହା ଫଳରେ ଉଭୟ ପରିବାର ମଧ୍ୟରେ ମତଭେଦ ଏବଂ ପାରିବାରିକ କଳହ ଆଦି ସମସ୍ୟା ସୃଷ୍ଟ ହେଉଛି । ତେଣୁ ଏଥିରେ ପୂର୍ଣ୍ଣଚ୍ଛେଦ ଲଗାଇବା ପାଇଁ ସମସ୍ତଙ୍କୁ ମିଳି ବିବାହ ଟ୍ୟାଗ । ଆଧାର କାର୍ଡ ସହ ବିବାହ ପ୍ରମାଣପତ୍ର ଯୋଡ଼ିବା ପାଇଁ ଏବେ ନିଷ୍ପତ୍ତି ନିଆଯାଇଛି । ଯାହାକୁ ସ୍କାନ କଲେ ଜଣାପଡ଼ିବ ବ୍ୟକ୍ତିଜଣକ ବିବାହିତ ନା ଅବିବାହିତ । ତେଣୁ ପ୍ରତ୍ୟେକ ବିବାହ ପଞ୍ଜୀକରଣ କରିବା ପାଇଁ ଏହି ଯୋଜନା କରାଯାଉଛି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାସ୍ତରରେ ଏକ ପଞ୍ଜୀକରଣ ଅଫିସ ଖୋଲାଯିବ । ଏକାଧିକ ବିବାହ ଭଳି ଘଟଣା ରୋକିବାକୁ ରାଜ୍ୟ ମହିଳା ବିଭାଗର ଅଧ୍ୟକ୍ଷା ଡ. ମିନତୀ ବେହେରା ଏହି ପ୍ରସ୍ତାବ ଦେଇଛନ୍ତି ।

ରାଜ୍ୟ ମହିଳା ଆୟୋଗର ଏହି ପ୍ରସ୍ତାବକୁ ଜାତୀୟ ମହିଳା କମିଶନ ମଧ୍ୟ ସ୍ୱାଗତ କରିଛନ୍ତି । ଆଧାର କାର୍ଡ ସହ ଏହି ପ୍ରମାଣପତ୍ର ଯୋଡ଼ି ହେଲେ ବିବାହିତ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ମିଳିପାରିବ । ତେବେ ଶ୍ରୀମତୀ ବେହେରାଙ୍କ ଏହି ପ୍ରସ୍ତାବକୁ ବର୍ତ୍ତମାନ ସୁଦ୍ଧା ଅନୁମତି ଦିଆଯାଇନାହିଁ । ପୁନର୍ବାର ଆଲୋଚନା କରିବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ । ଏହା ଏକ ବିବାହିତ ପୁରୁଷ/ମହିଳାଙ୍କ ପାଇଁ ପ୍ରୁମଖ ପରିଚୟ ହୋଇପାରିବ । ଏହାଦ୍ୱାରା ଦୁଇ ଦମ୍ପତ୍ତିଙ୍କ ମଧ୍ୟରେ ଏହି ମାମଲାକୁ ନେଇ ହେଉଥିବା ପାରିବାରିକ ସମସ୍ୟା ମଧ୍ୟ ହ୍ରାସ ପାଇପାରିବ ।

Get real time updates directly on you device, subscribe now.