ନୂଆଦିଲ୍ଲୀ: ଚାକିରି କାଳରେ ମୃତ୍ୟୁ ହେଲେ ପରିବାରର ବିବାହିତ ଝିଅକୁ ବି ମିଳିବ ଚାକିରି । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର । ଝିଅଙ୍କ ହିତକୁ ଧ୍ୟାନରେ ରଖି ଉତ୍ତର ପ୍ରଦେଶ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ସେବାରେ ଥିବା ଅଧିକାରୀଙ୍କ ମୃତ୍ୟୁ ହେବା ଲୋକଙ୍କ ପରିବାର ଝିଅଙ୍କୁ ତାଙ୍କ ପରିବାରର ଅଧିକାର ଦିଆଯିବ । ଏବେ ତାଙ୍କୁ ମଧ୍ୟ ଅନ୍ୟ ବିଭାଗରେ ଚାକିରି ମିଳିପାରିବ ।
ଗୁରୁବାର ଶ୍ରମ ବିଭାଗ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏବେ ବିବାହିତ ଝିଅଙ୍କୁ ମଧ୍ୟ ମୃତକ ଆଶ୍ରିତ କୋଟାରେ ସରକାରୀ ଚାକିରି ମିଳିବ । ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।
ସୂଚନାଯୋଗ୍ୟ, ଚାକିରି କାଳରେ ଯେଉଁମାନଙ୍କର ମୃତ୍ୟୁ ହୋଇଥାଏ ତାଙ୍କ ପରିବାର ସଦସ୍ୟକୁ ଗ୍ରୁପ ଡି କିମ୍ବା ଯୋଗ୍ୟତା ହିସାବରେ ଗ୍ରୁପ ସି ଅଧୀନରେ ଚାକିରି ଦିଆଯାଇଥାଏ । ପୂର୍ବରୁ ଏହି କୋଟାରେ ମୃତକଙ୍କ ପୁଅ, ବିବାହିତ ପୁଅ କିମ୍ବା ଅବିବାହିତ ଝିଅଙ୍କୁ ଚାକିରି ମିଳୁଥିଲା । ବିବାହିତ ଝିଅଙ୍କୁ ଚାକିରି ଦେବା ନିୟମ ନଥିଲା । ଅନେକ ସମୟରେ ଝିଅର ବିବାହ ହୋଇଯାଇଥିବା ଯୋଗୁଁ ମଧ୍ୟ ଚାକିରି ମିଳୁନଥିଲା ଫଳରେ ପରିବାରକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଏନେଇ ଅନେକ ସମୟରୁ ସଂଶୋଧନ କରିବା ପାଇଁ ଚେଷ୍ଟା ଜାରି ରହିଥିଲା ।