fbpx
BJD SKY
BJD SKY

ବିବାହିତ ପୁରୁଷମାନେ ଅଫିସ ପାଇଁ ରେଡୀ ହେଉଥିବା ବେଳେ କରନ୍ତୁ ନାହିଁ ଏହି ଭୁଲ୍: ବଢ଼ିପାରେ ନପୁଂସକତାର ବିପଦ

BJD

ନୂଆଦିଲ୍ଲୀ: ବାହାଘର ପରେ ଅଧିକାଂଶ ପୁରୁଷଙ୍କର ସ୍ୱପ୍ନ ଥାଏ କି, ସେମାନେ ଦିନେ ପିତା ହେବେ । କିନ୍ତୁ ଅନେକଥର ଏପରି କିଛି ଶାରୀରିକ ସମସ୍ୟା ସାମ୍ନାକୁ ଆସିଥାଏ, ଯାହା କାରଣରୁ ସେମାନଙ୍କର ସ୍ୱପ୍ନ ଭାଙ୍ଗି ରୁଜି ଚୂରମାର୍ ହୋଇଯାଏ । ଭାରତରେ ନପୁଂସକତା ଏକ ବଡ଼ ସମସ୍ୟା ପାଲଟିଛି, ଯାହାକୁ ସେ ଲାଜରେ କାହା ଆଗରେ ପ୍ରକାଶ କରନ୍ତି ନାହିଁ । ସାଧାରଣତଃ ଏହି ସମସ୍ୟା ଆମର କିଛି ଭୁଲ ଯୋଗୁଁ ସୃଷ୍ଟି ହୋଇଥାଏ, ଯେଉଁଥିରେ ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ସାମିଲ ରହିଛି । ଏହାକୁ ସୁଧାରିବା ପାଇଁ ଆମେ ସବୁବେଳେ ଚେଷ୍ଟା କରୁଛି, କିନ୍ତୁ ଏପରି ଏକ ଖରାପ ଅଭ୍ୟାସ ରହିଛି ଯାହାଉପେର ଲୋକମାନେ ବିଶେଷ ଧ୍ୟାନ ଦେଉନାହାନ୍ତି ।

ପୁରୁଷମାନେ ପ୍ରାୟତଃ ଅଫିସ ଯିବା ବେଳେ ଭଲରେ ରେଡୀ ହୁଅନ୍ତି । କିନ୍ତୁ ଲୋକ ଆବଶ୍ୟକତାଠାରୁ ଅଧିକ ଟାଇଟ୍ ବେଲ୍ଟ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥାଏ । ଯଦି ଅନେକ ଦିନ ଧରି ଆପଣ ମଧ୍ୟ ଏପରି ଅଭ୍ୟାସରେ ପଡ଼ିଯାଇଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ । କାରଣ ଆପଣ ବେଲ୍ଟକୁ ଯେଉଁ ପେଟର ତଳ ଭାଗରେ ଜୋରରେ ବାନ୍ଧୁଛୁ, ସେଠାରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଓ ବ୍ଲଡ ବାଲାନ୍ସ ରହିଛି ।

କିଛି ଲୋକ ବଢ଼ିଥିବା ପେଟ ଏବଂ ମୋଟାପଣକୁ ଲୁଚାଇବା ପାଇଁ ଟାଇଟ୍ ବେଲ୍ଟ ପିନ୍ଧନ୍ତି । ଆଜିକାଲି ବଜାରରେ ଅନେକ ପ୍ରକାରର ବେଲ୍ଟ ଆସିଛି, ଯାହାକୁ ପିନ୍ଧିଲେ ଆପଣ ପତଳା ଦେଖିଯିବେ ବୋଲି ଦାବି ହେଉଛି । ଯଦିଓ ଏହା କାରଣରୁ ଆପଣ ପତଳା ଦେଖାଯିବେ, କିନ୍ତୁ ପେଟକୁ ଅନେକ ସମୟ ଧରି ଟାଇଟ୍ ରଖିବା ଦ୍ୱାରା ଆପଣଙ୍କର ଅସୁବିଧା ହେବ । ଏହାକୁ ସମୟ ପୂର୍ବରୁ ବୁଝିନେବା ହିଁ ବୁଦ୍ଧିମାନ ।

ଯଦି ପୁରୁଷମାନେ ଦୀର୍ଘ ସମୟ ଧରି ଏକ ଟାଇଟ୍ ବେଲ୍ଟ ପିନ୍ଧନ୍ତି, ତେବେ ଧୀରେ ଧୀରେ ତାଙ୍କର ଫର୍ଟିଲିଟି କମିବା ଆରମ୍ଭ ହୋଇଥାଏ । ଏହାର କାରଣ ହେଉଛି ଏକ ଟାଇଟ୍ ବେଲ୍ଟ ପିନ୍ଧିବା କାରଣରୁ ପେଲଭିକରେ ଅନାବଶ୍ୟକ ଚାପ ସୃଷ୍ଟି ହୁଏ । ଏହି ଭାଗରେ ପୁରୁଷମାନଙ୍କର ପ୍ରାଇଭେଟ ପାର୍ଟ ମଧ୍ୟ ରହିଛି, ଯାହା ପ୍ରଜନନ କରିଥାଏ । ଏହା ବ୍ୟତୀତ ଟାଇଟ୍ ପ୍ୟାଣ୍ଟ ହେତୁ ଏହି ଭାଗଗୁଡିକରେ ସଠିକ୍ ଭାବରେ ପବନ ପହଞ୍ଚିବାରେ ସକ୍ଷମ ହୁଏ ନାହିଁ, ଯେଉଁ କାରଣରୁ ଏଠାରେ ତାପମାତ୍ରା ବଢ଼ିଥାଏ ଏବଂ ଏହା ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇଁ ଏହା ଦାୟୀ ବୋଲି କୁହାଯାଏ ।

Get real time updates directly on you device, subscribe now.