fbpx

ରାଗିଥିବା ସ୍ୱାମୀଙ୍କୁ ଖୋଜିବାକୁ ଆସିଥିଲେ ବିବାହିତା, ରାସ୍ତାରୁ ଜବରଦସ୍ତ ଉଠାଇ ନେଇ ୬ ଦୁର୍ବୃତ୍ତ କଲେ ଧର୍ଷଣ

ବର୍ଦ୍ଧମାନ: ପଶ୍ଚିମବଙ୍ଗର ବର୍ଦ୍ଧମାନ ସହରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୨୫ ବର୍ଷୀୟ ବିବାହିତା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ମହିଳାଙ୍କୁ ରାସ୍ତକଡ଼ରୁ ଏକ ଅଟୋ ରିକ୍ସା ‘ଟୋଟୋ’ରେ ୬ ଜଣ ଦୁର୍ବୃତ୍ତ ଜବରଦସ୍ତ ଉଠାଇନେଇ ଏକ ଶୂନଶାନ୍ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ । ବର୍ଦ୍ଧମାନର ଏକ ମେଡ଼ିକାଲ କଲେଜରେ ଗୁରୁତର ଅବସ୍ଥାରେ ମହିଳାଙ୍କର ଚିକିତ୍ସା ଚାଲିଛି ।

ତେବେ ପୀଡିତାଙ୍କ କହିବା ମୁତାବକ, ତାଙ୍କ ସ୍ୱାମୀ ଘରୁ ଝଗଡ଼ା କରି ଚାଲିଆସିଥିଲେ । ଏହାପରେ ସେ ନିଜ ସ୍ୱାମୀଙ୍କୁ ଖୋଜିବା ପାଇଁ ବର୍ଦ୍ଧମାନ ଆସିଥିଲେ । ତାଙ୍କ ସ୍ୱାମୀ ବର୍ଦ୍ଧମାନର ଏକ କାରଖାନାରେ କାମ କରୁଥିବା ବେଳେ ବୁଧବାର ଦିନ ମହିଳା ସେଠାକୁ ଯାଇଥିଲେ । କିନ୍ତୁ କାରଖାନାରେ ସ୍ୱାମୀଙ୍କୁ ନପାଇବାରୁ ସେ ରେଳ ଷ୍ଟେସନର ନିକଟବର୍ତ୍ତୀ ଏକ ଅଞ୍ଚଳରେ ଥକିକରି ବସିପଡିଥିଲେ । ସେଠାରେ ଆଉ ଜଣେ ମହିଳା ବସିଥିବାରୁ ସେ ସେଠାରେ ବସିଥିଲେ ।

କିନ୍ତୁ ଏହି ସମୟରେ ୬ ଜଣ ଦୁର୍ବୃତ୍ତ ଆସି ବିବାହିତ ମହିଳାଙ୍କୁ ଜୋର ଜବରଦସ୍ତ ଉଠାଇବାକୁ ପ୍ରୟାସ କରିଥିଲେ । ପାଖରେ ବସିଥିବା ମହିଳା ଏହାର ବିରୋଧ କରିବାକୁ ତାଙ୍କୁ ମାଡ଼ ମାରିବାକୁ ସେମାନେ ପଛାଇନଥିଲେ । ଦୁର୍ବୃତ୍ତମାନେ ମହିଳାଙ୍କୁ ଏକ ଶୂନଶାନ୍ ସ୍ଥାନକୁ ନେଇ ମାରପିଟ୍ କରିବା ସହ ଗଣଦୁଷ୍କର୍ମ କରି ଫୋପାଡି ଦେଇଥିଲେ । ମହିଳାଙ୍କ ମୁଣ୍ଡ, ଛାତି ଓ ବେକରେ ଆଘାତ ଲାଗିଥିବା ବେଳେ ବର୍ଦ୍ଧମାନର ଏକ ଗଲେଜ ଗେଟ ପାଖ ଫୁଟପାଥରୁ ସ୍ଥାନୀୟ ବ୍ୟବସାୟୀ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।

Get real time updates directly on you device, subscribe now.