fbpx
BJD SKY
BJD SKY

ଅଲିମ୍ପିକ୍ସରେ ଜାତୀୟ ପତାକା ଧରିବେ ମେରୀ ଓ ମନପ୍ରୀତ୍

BJD

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସକୁ ୧୫ ଦିନ ବାକି ରହିଥିବା ବେଳେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ) ପକ୍ଷରୁ ବଡ ଘୋଷଣା କରାଯାଇଛି । ମେରୀ କମ୍ ଓ ମନପ୍ରୀତ୍ ସିଂ ଭାରତୀୟ ମାର୍ଚ୍ଚପୋଷ୍ଟର ନେତୃତ୍ୱ ନେବେ ବୋଲି ଆଇଓଏ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମହିଳା ବକ୍ସିଂରେ ୬ ଥର ବିଶ୍ୱକପ୍ ସ୍ୱର୍ଣ୍ଣ ବିଜୟିନୀ ଏମ୍ ସି ମେରୀକମ୍ ମହିଳାଙ୍କ ନେତୃତ୍ୱ ନେବା ନେଇ ଘୋଷଣା କରାଯାଇଥିବା ବେଳେ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍ ସିଂ ପୁରୁଷଙ୍କ ମାର୍ଚ୍ଚ ପୋଷ୍ଟର ନେତୃତ୍ୱ ନେବେ । ସୋମବାର ଆଇଓଏ ପକ୍ଷରୁ ଏହି ଘୋଷଣା କରାଯାଇଛି । ସେହିପରି ଉଦଯାପନୀ ସମାରୋହରେ କୁସ୍ତି ବିଶ୍ୱ ଚାମ୍ପିଅନଶିପ୍ ରୋପ୍ୟ ବିଜେତା ବଜରଙ୍ଗ ପୁନିଆ ଜାତୀୟ ପତାକା ଧରିବାର ସୌଭାଗ୍ୟ ହାସଲ କରିବେ ।

ଚଳିତ ଅଲିମ୍ପିକ୍ସ କରୋନା ପାଇଁ ପ୍ରାୟ ଏକ ବର୍ଷ ବିଳମ୍ବରେ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ଅଲିମ୍ପିକ୍ସ ପାଇଁ ଭାରତ ୧୨୬ ଜଣ ଆଥଲେଟ ଓ ୭୫ ଜଣ ଅଫିସିଆଲଙ୍କୁ ମିଶାଇ ସମୁଦାୟ ୨୦୧ ଜଣିଆ ଦଳ ପଠାଉଛି ଭାରତ । ଏହା ମଧ୍ୟରୁ ୭୮ ଜଣ ଆଥଲେଟ କୋଟାରେ ସାମିଲ ହୋଇଥିବା ବେଳେ ସମୁଦାୟ ୮୫ଟି ବର୍ଗରେ ପ୍ରତିଦ୍ୱନ୍ଦିତା କରିବେ । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ଚଳିତ ବର୍ଷ ୫୬ ପ୍ରତିଶତ ମହିଳା ଆଥଲେଟ ରହିଥିବା ବେଳେ ୪୪ ପ୍ରତିଶତ ପୁରୁଷ ଆଥଲେଟ ରହିଛନ୍ତି ।

ଚଳିତ ଅଲିମ୍ପିକ୍ସ ମେରୀ କମ୍ଙ୍କ ଶେଷ ଅଲିମ୍ପିକ୍ ହୋଇଥିବାରୁ ଭାରତୀୟ ପତାକା ସୌଭାଗ୍ୟ ମିଳିଥିବାରୁ ମେରୀ ସନ୍ତୋଷ ଜାହିର କରିଛନ୍ତି । ୨୦୧୨ ଲଣ୍ଡନ ବ୍ରୋଞ୍ଜ ବିଜୟିନୀ ମେରୀଙ୍କର ଏହା ତୃତୀୟ ଅଲିମ୍ପିକ୍ସ । ପ୍ରଥମ ଥର ପାଇଁ ୨୦୧୨ରେ ଅଂଶ ଗ୍ରହଣ କରିଥିବା ମେରୀ,ରିଓ ୨୦୧୬ରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଅପରପକ୍ଷରେ ଏସିଆନ ଚାମ୍ପିଅନ୍ ବଜରଙ୍ଗ ପୁନିଆଙ୍କ ଏହା ପ୍ରଥମ ଅଲିମ୍ପିକ୍ସ ଅଂଶଗ୍ରହଣ ।

Get real time updates directly on you device, subscribe now.