fbpx

ରେକର୍ଡ: ଗୋଟିଏ ଦିନରେ ୪ ଲକ୍ଷ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକାକରଣରେ ରାଜ୍ୟ ସୋମବାର ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି । ସୋମବାର ରାଜ୍ୟରେ ୪ଲକ୍ଷ ଅତିକ୍ରମ କରିଛି ଟିକାକରଣ ସଂଖ୍ୟା । ସୋମବାର ସମୁଦାୟ ୧୭୩୫ଟି କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାକରଣରେ ସାମିଲ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୫ ଲକ୍ଷ ଡୋଜର ଟିକା ପ୍ରଦାନ ସରିଛି । ଏହା ମଧ୍ୟରୁ ୧ କୋଟି ୨ଲକ୍ଷ ୧୧୪୦ ଜଣଙ୍କୁ ପ୍ରଥମ ଡୋଜର ଟିକା ପ୍ରଦାନ କରାଯାଇଥିବା ବେଳେ ୨୩ ଲକ୍ଷ ୬୧ ହଜାର ୨୬୫ ଜଣଙ୍କୁ ଦୁଇଟି ଡୋଜର ଟିକା ଦିଆ ଯାଇସାରିଛି ।

ଏହା ସହିତ ଆସନ୍ତାକାଲି ରାଜ୍ୟର ୧୪୮୮ କେନ୍ଦ୍ରରେ ଟିକା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ରାଜ୍ୟର ଏହି କୃତିତ୍ୱ ପାଇଁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।

Get real time updates directly on you device, subscribe now.