fbpx

ବଦଳିବ ସିବିଏସଇ ପାଠ୍ୟ ଖସଡା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା । କରୋନାକୁ ଦୃଷ୍ଟିରେ ରଖି ବିଗତ ବର୍ଷ ପରି ପୁନର୍ବାର ପାଠ୍ୟ ଖସଡାରେ ପରିବର୍ତ୍ତନ ପାଇଁ ସୋମବାର ଘୋଷଣା କରାଯାଇଛି । ସୋମବାର ୨୦୨୧-୨୨ ବର୍ଷ ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଘୋଷଣା କରାଯାଇଛି । ପୂର୍ବରୁ ଗୋଟିଏ ବୋର୍ଡ ପରୀକ୍ଷା କରାଯାଉଥିବା ବେଳେ ଏଣିକି ସିଲାବସକୁ ଦୁଇ ଭାଗରେ ବିଭକ୍ତ କରି ଦୁଇଟି ବୋର୍ଡ ପରୀକ୍ଷା କରାଯିବ ବୋଲି ଘୋଷଣା କରାଯାଇଛି ।

ପାଠ୍ୟକ୍ରମରେ ସାମିଲ ଥିବା ବିଷୟବସ୍ତୁର ୫୦ ପ୍ରତିଶତ ଲେଖାଏଁ ଉଭୟ ପରୀକ୍ଷାରେ ଆସିବ । ଚଳିତ ବର୍ଷ ଠାରୁ ପରୀକ୍ଷାମୂଳକ ଭାବରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡିଛି । ଏହା ସହିତ ଚଳିତ ବର୍ଷ ମଧ୍ୟ ସିଲାବସ୍ ପରିମାଣ ହ୍ରାସ କରାଯିବ । ଜୁଲାଇ ଶେଷ ସୁଦ୍ଧା ପରିବର୍ତ୍ତିତ ସିଲାବସ୍ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସ୍କୁଲରେ ପାଠପଢା ଆରମ୍ଭ ନହେବା ଯାଏଁ ଅନଲାଇନ କ୍ଲାସ୍ ଜାରି ରହିବ । ଏହା ସହିତ ବିଦ୍ୟାଳୟକୁ ନମୂନା ପ୍ରଶ୍ନାବଳୀ ପଠାଇବା ସହିତ ଶିକ୍ଷକ ତାଲିମ ବ୍ୟବସ୍ଥା କରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.