fbpx
BJD SKY
BJD SKY

ଗେହନା ମେଡିକାଲ୍ ରେ ଭର୍ତ୍ତି, ଜାଣନ୍ତୁ ଅଭିନେତ୍ରୀଙ୍କ କଣ ହୋଇଛି…

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ମହାମାରୀ କରୋନା କାଳରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବହୁ କଳାକାର କଲବଲ ହୋଇଛନ୍ତି । ଅନେକ ଆଖି ବୁଜି ଦେଇଛନ୍ତି । ସେହିପରି ବଲିଉଡ୍ର କେତେକ ନାମକରା ଅଭିନେତା ଓ ଅଭିନେତ୍ରୀ ମଧ୍ୟ କରୋନାରେ ପ୍ରଭାବିତ ହୋଇଛନ୍ତି । ଖାଲି ସେତିକି ନୁହେଁ, ହୃଦଘାଥ ଜନିତ ଅନେକ କଳାକାର ଯନ୍ତ୍ରଣା ଭୋଗିଛନ୍ତି । ଏହିକ୍ରମରେ ଅଭିନେତ୍ରୀ ଗେହନା ବଶିଷ୍ଠ ମଧ୍ୟ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ।

ଗେହନାଙ୍କ ପିଏ ଫ୍ଲିନି ରେମିଡିଓ କହିଛନ୍ତି ଯେ ମେଡିକାଲରେ ଅଭିନେତ୍ରୀଙ୍କୁ ପଶ୍ଚିମ ମୁମ୍ବାଇର ଏକ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିବାବେଳେ କାର୍ଡିଓପୁଲମୋନାରୀ ବାଇପାସ୍ ପମ୍ପ୍ ସପୋର୍ଟ ଦିଆଯାଇଛି । କିନ୍ତୁ ସେ ଗେହନାଙ୍କୁ ଭେଟିବାକୁ ସୁଯୋଗ ପାଇନାହାନ୍ତି । ଗେହନା ଚେତାଶୂନ୍ୟ ଥିବା ଓ କାହା ସହିତ କଥାବାର୍ତ୍ତା କରିବାର ଅବସ୍ଥାରେ ନଥିବା ମେଡିକାଲ୍ ପକ୍ଷରୁ କୁହାଯାଇଥିବା ଫ୍ଲିନି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଗେହନାଙ୍କ ଡାଇବେଟିସ୍ ମଧ୍ୟ ରହିଛି । ତେଣୁ ଠିକ୍ରେ ଇନସୁଲିନ୍ ଦିଆନଗଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଗେହନା ଶୁଟିଂ ସମୟରେ ଚେତାଶୂନ୍ୟ
ହୋଇପଡ଼ିଥିଲେ ।

Gehana Vasisth

Get real time updates directly on you device, subscribe now.